ବାଇକ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ।

0 239

ଭଞ୍ଜନଗର,୧୫/୦୫(ପିପିଟି): ତାରସିଂ ଥାନା ଅନ୍ତର୍ଗତ ବୁଢ଼ାବାରି ଗ୍ରାମର ଶଶୀ ପ୍ରଧାନ(୭୫) ଶନିବାର ସନ୍ଧ୍ୟା ୬ଟା ସମୟରେ ଗାୟାଗଣ୍ଡାରୁ ଚାଲି ଚାଲି ନିଜ ଗ୍ରାମକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେବାରୁ ଶଶୀ ରାସ୍ତାରେ ପଡ଼ି ଗୁରୁତର ଆହତ ହୋଇଥିଲେ। ଏହି ସୁଯୋଗରେ ବାଇକ ଚାଳକ ସେଠାରୁ ଚମ୍ପଟ ମାରି ଚାଲି ଯାଇଥିଲେ।ସ୍ଥାନୀୟ ଲୋକମାନେ ଶଶୀକୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ପଠେଇଥିଲେ।ଏଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା। ଏସମ୍ପର୍କରେ ମୃତ ଶଶୀର ପୁଅ ତାରସିଂ ଥାନାରେ ରବିବାର ଅଭିଯୋଗ କରିଥିଲେ।ପୋଲିସ ଏହି ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିସାରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।ତଦନ୍ତ ସମୟରେ ବାଇକର ନମ୍ବର ପୋଲିସର ହସ୍ତଗତ ହୋଇଥିଲେ ମଧ୍ୟ ଚାଳକର ପରିଚୟ ମିଳି ପାରି ନଥିବା ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ସୂଚନା ଦେଇଛନ୍ତି।
(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.