ଆନ୍ତଃଗ୍ରାମ୍ୟ କ୍ରୀଡା ପରିଷଦ ୧୬ ତମ ବାର୍ଷିକ ଉତ୍ସବ ।

0 317

କଟକ,୧୨/୦୫(ପିପିଟି) : କଟକ ସଦର ଅନ୍ତର୍ଗତ ଅରିଲୋ ପଞ୍ଚାୟତ କୋଟୁଆଁ ଖେଳପଡିଆରେ ଆନ୍ତଃଗ୍ରାମ୍ୟ କ୍ରୀଡା ପରିଷଦ ୧୬ ତମ ବାର୍ଷିକ କ୍ରୀଡା ପ୍ରତଯୋଗିତା ଉଜ୍ଜାପିତ ହୋଇଯାଇଛି। ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳ ହୋଇଥିବା କ୍ରୀଡାବିତ୍ ମାନକୁ ପୁରସ୍କୃତ କରାଯାଇଛି । ଓଡ଼ିଶା ରାଜ୍ୟ କ୍ରୀଡ଼ା ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିବା ଅବଦୁଲ୍ ଇମତିଆଦ ଖାଁ ଓ ସମୀକ୍ଷା ମଲ୍ଲିକଙ୍କୁ ପୁରସ୍କାର କରାଯାଇଥିଲା । ସେହିପରି ପୁରୁଷ ବିଭାଗରେ ଦିପୁ ହାଲଦାର୍ ଓ ମହିଳା ବିଭାଗରେ ସିପ୍ରା ପ୍ରିୟଦର୍ଶିନୀ ଭୂୟାଁଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପୁରସ୍କାର ବିତରଣ ଉତ୍ସବରେ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷାଅଧିକାରୀ କୃଷ୍ଣଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିବା ସହ କ୍ରୀଡା ପରିଷଦର ସଦସ୍ୟ ଥିବା ଇଂ. (ଡ଼ା) ନାରାୟଣ ସାହୁ ତାଙ୍କ ପରିବାର ତରଫରୁ ନିର୍ମିତ ସ୍ବର୍ଗତ ନାରାୟଣ ସ୍ମୃତି ମଣ୍ଡପକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ଼ା. ଦୀପିକା ସାହୁ, ଡ଼ା. ନିହାର ରଞ୍ଜନ ସାହୁ, ଡ଼ା. ଦୀପଙ୍କର ସାହୁ,ଡ଼ା. ଜଗନ୍ନାଥ ସାହୁ, ଡା. ଦୀପ୍ତି ଶିକ୍ଷା ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମଣ ସାହୁ,ରବୀନ୍ଦ୍ର ଭୋଇ, ସମୀର ଖୁଣ୍ଟିଆ,ବିଜୟ ରାଉତ, ପତିତପାବନ ନାଥ ପ୍ରମୁଖ ସହଯୋଗ କରିଥିଲେ।।

Leave A Reply

Your email address will not be published.