ବୋଲଗଡରେ ଏଚ.ଡି.ଏଫ.ସି. ବ୍ୟାଙ୍କର ଏ.ଟି.ଏମ. ସେବା ଆରମ୍ଭ।

0 335

ବୋଲଗଡ଼,୧୨/୦୫(ପିପିଟି): ବୋଲଗଡ଼ ବ୍ଲକ ଅଞ୍ଚଳର ଡାବରଧୁଆ ପାଟଣା ଗ୍ରାମରେ କାର୍ଯ୍ୟରତ ଏଚଡିଏଫସି ବ୍ୟାଙ୍କ ଶାଖା ପକ୍ଷରୁ ଆଜି ବୋଲଗଡ ସଦର ମହକୁମାରେ ଏକ ଏ.ଟି.ଏମ. କାଉଂଟର ଖୋଲିଲା । ଏହାଦ୍ୱାରା ଏହି ବ୍ୟାଙ୍କର ଦୁଇହଜାରରୁ ଅଧିକ ହିତାଧିକାରୀ ତତକାଳ ଟଙ୍କା ଉଠାଣ ସେବାର ସୁଯୋଗ ଲାଭକରିବେ । ବୁଧବାର ପୂର୍ବାହ୍ନରେ ଏହି କାଉଂଟରକୁ ବୋଲଗଡ ମଣ୍ଡଳ ଉନ୍ନୟନ ଅଧିକାରୀ ଧୋବେଇ ଚରଣ ନାୟକ ଓ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରରେ ସ୍ଥାନୀୟ ବ୍ୟାଙ୍କ ଶାଖାର ପରିଚାଳକ ବିଭୁତି ଭୂଷଣ ମହାପାତ୍ର, ଡେପୁଟି ଭାଇସ ପ୍ରେସିଡେଣ୍ଟ କେ.ବାଲ କିଷନ ରାଓ ଓ ବରିଷ୍ଠ ବ୍ୟାଙ୍କ ଅଧିକାରୀ ସବ୍ୟସାଚୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଜନସାଧାରଣ ଏହି ଏଟିଏମ ସେବାର ସଦୁପଯୋଗ କରିବାପାଇଁ ବ୍ୟାଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.