ହିଞ୍ଜିଳିକାଟୁ ନୃସିଂହ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ।

0 296

ହିଞ୍ଜିଳିକାଟୁ,୧୦/୦୫ (ପିପିଟି): ହିଞ୍ଜିଳିକାଟୁ ପୌରପରିଷଦ ବୈଠକ ଗୃହରେ ନୃସିଂହ ଯାତ୍ରା ନିମନ୍ତେ ପୌରାଧକ୍ଷ ସୁବାଷ ଚନ୍ଦ୍ର ପୋଲାଇଙ୍କ ଆବାହକ ତଥା ସଭାପତିତ୍ୱରେ ଯାତ୍ରାର ସୁପରିଚାଳନା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ସଭା ପରିଚାଳନା କରିଥିବାବେଳେ, ତହସିଲଦାର ପ୍ରଭାତ କୁମାର ପରିଡ଼ା ,ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ,ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ସତ୍ୟନାରାୟଣ ଦାସ, ଜନ ସ୍ଵାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ,ହିଞ୍ଜିଳି ପୌରପରିଷଦ ଅନ୍ତର୍ଗତ ପାଟଣା ସାହି,ରଂଗୁଣି ସାହି ଓ କେଉଟ ସାହିର ଯାତ୍ରା କମିଟି ସଦସ୍ୟ ତଥା ଅଞ୍ଚଳର ବରିଷ୍ଠ ନାଗରିକ, ଆଇନଜୀବୀ ଓ ବୁଦ୍ଧିଜୀବି ଉପସ୍ଥିତ ଥିଲେ । ସମସ୍ତ ପ୍ରଶାସନ ଅଧିକାରୀ ଓ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ସୁମତାମତ ପ୍ରକାରେ ଯାତ୍ରା ପରିଚାଳନା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ବୈଠକରେ ଆଇନ ଶୃଙ୍ଖଳା ଉପରେ ଗୁରୁତ୍ୱ ଦିଆଯିବାସହ ଶାନ୍ତିଶୃଙ୍ଖଳାରେ ଯାତ୍ରା ସମାପନ ପାଇଁ ଗୁରୁତ୍ୱ ଦିଆଯାଇଛି । ହିଞ୍ଜିଳି ପୌରପରିଷଦର ସମସ୍ତ ଜନସାଧାରଣଙ୍କୁ ସହଯୋଗ ଓ ସୁପରିଚାଳନାପାଇଁ ପୌରାଧକ୍ଷ ସୁବାଷ ଚନ୍ଦ୍ର ପୋଲାଇଙ୍କ ଠାରୁ ନିବେଦନ କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.