ଭଞ୍ଜନଗର,୦୮/୦୫(ପିପିଟି): ଭଞ୍ଜନଗର ପୋଲିସ ପକ୍ଷରୁ ଶନିବାର ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ କରାଯାଇ ବହୁ ପରିମାଣରେ ବିଦେଶୀ ମଦ ଜବତ କରିବା ସହ ୩ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି।ବଡ଼ କୋଦଣ୍ଡା ଓ ବେତାର ଗ୍ରାମରେ ଚଢ଼ାଉ ସମୟରେ ଦୁଇ ଜଣ ମଦ ବେପାରୀଙ୍କ ଠାରୁ ମୋଟ ୩୭ଲିଟର ୪୧୦ମିଲିଲିଟର ମଦ ଜବତ ହୋଇଥିବା ବେଳେ ଭଞ୍ଜନଗର କେଏସୟୁବି କଲେଜ ନିକଟ ଏକ ପାନ ଦୋକାନରୁ ୩୨ଲିଟର ୫୭୦ମିଲିଲିଟର ବିଦେଶୀ ମଦ ଜବତ ହୋଇଛି।ଏହି ଘଟଣାରେ ଭଞ୍ଜନଗର ଥାନାରେ ୩ଟି ମାମଲା ରୁଜୁ ହୋଇ ଗିରଫ ୩ଜଣ ଚୋରା ମଦ ବେପାରୀଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଧିରେସ କୁମାର ଦାସ କହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )