ବାଲିଗୁଡା,୨୮/୦୪(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ରେବିଙ୍ଗିଆ ପଞ୍ଚାୟତ ସଭାଗୃହରେ କେନ୍ଦ୍ରୀୟ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଅଛି।ଏହି ସଭାରେ ପଞ୍ଚାୟତର ୧୩ଟି ଓ୍ବାର୍ଡର ସଭ୍ୟ/ସଭ୍ୟା ସହ ପଞ୍ଚାୟତ ପି,ଇ,ଓ,ଗାଁ ସାଥି ଓ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟାକ୍ଷା ନନ୍ଦିନୀ ପ୍ରଧାନ ଓ ପଞ୍ଚାୟତ ସରପଞ୍ଚ ରଞ୍ଜୁଲତା ମଲ୍ଲିକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।ପଞ୍ଚାୟତର ଓ୍ବାର୍ଡରେ ଥିବା ପାଣି, ବିଦ୍ୟାଳୟରେ ଶିକ୍ଷକ ଅଭାବ, ସ୍ୱାସ୍ଥ୍ୟ ସେବା, ରାସ୍ତାଘାଟର ସମସ୍ୟା ଉପରେ ଆଲୋଚନା ସହ କିଭଳି ଏହାର ସମାଧାନ ଶାଘ୍ର ହୋଇପାରିବ ସେନେଇ ଖସଡା ପ୍ରସ୍ତୁତି କରାଯାଇଥିବା ବେଳେ ବିଭିନ୍ନ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇ ଶିଘ୍ର ସମାଧାନ କରିବା ପାଇଁ ଜିଲ୍ଲା ପରିଷଦ ଅଧକ୍ଷା ପ୍ରତିଶୃତି ଦେଇଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ପାଣିଗ୍ରାହୀ। )
Prev Post