ଗଜପତି ଥିଲେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ କର୍ଣ୍ଣଧାର : କଳା କେନ୍ଦ୍ର ।

0 278

ବ୍ରହ୍ମପୁର,୨୬/୦୪(ପିପିଟି) : ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ ‘ଜାତୀୟ ସଙ୍ଗୀତ କଳା କେନ୍ଦ୍ର’ ପକ୍ଷରୁ ଗଜପତି କୃଷ୍ଣ ଚନ୍ଦ୍ର ଦେବ ମହାରାଜଙ୍କ ଏକଶତ ଏକତ୍ରିଂଶତିତମ ଜୟନ୍ତୀ କଳା କେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି । କଳା କେନ୍ଦ୍ର ସଭାପତି ଶିକ୍ଷାପ୍ରଦୀପ ଦେବୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ସାରସ୍ଵତ ସାଧକ ରାମନାଥ ଦାଶ ମୁଖ୍ୟ ଅତିଥି ଏବଂ ଇଂ. ପ୍ରଫୁଲ୍ଲ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦେବ୍ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ କର୍ଣ୍ଣଧାର ଥିଲେ ବୋଲି ମତବ୍ୟକ୍ତ କରିଥିଲେ । କବି ବି. ସତ୍ୟମ୍ ଆଚାରୀଙ୍କ ସଂଯୋଜନା କ୍ରମେ ବହୁ କବି ଜାତୀୟ ଭାବଧାରା ରେ ସ୍ବରଚିତ କବିତା ପାଠ କରିଥିଲେ । ଏହି ଅବସରରେ ସର୍ବଶ୍ରୀ ସୁବାସ ଚନ୍ଦ୍ର ସାହୁ ରୋଶନ୍, ସୁଦାମ ପାଣିଗ୍ରାହୀ, ନିତ୍ୟାନନ୍ଦ ପାଢ଼ୀ, ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ଶ୍ରୀମତୀ ଭାଗ୍ୟଲତା ପଣ୍ଡା ପ୍ରମୁଖ ଗଜପତିଙ୍କ ଜୀବନୀ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କ୍ଷେତ୍ରରେ ଥିବା ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ କାଳଜୟୀ ସାରସ୍ଵତ ସ୍ରଷ୍ଟା ବୀଣାପାଣି ମହାନ୍ତିଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କଳା କେନ୍ଦ୍ର ସମ୍ପାଦକ ସ୍ୱରଗୌରବ୍ କୃଷ୍ଣ ପ୍ରସାଦ ସାବତ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରିଶେଷରେ ଯୁବ ଆଇନଜୀବୀ କିରଣ କୁମାର ମହାନ୍ତି ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.