ମାଲକାନଗିରି,୨୬/୦୪(ପିପିଟି): ଗତ ୨୫ ତାରିଖ ଦିନ ତରବରିଆ ଭାବେ ମାଲକାନଗିରି ଜିଲ୍ଲା ସଂସ୍କୃତି କାର୍ଯ୍ଯାଳୟ ତରଫରୁ ଜିଲ୍ଲା କଳାକାରମାନଙ୍କୁ ନେଇ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ କାର୍ଯ୍ଯକାରେଣି ବୈଠକ ବସିଥିଲା ବେଳେ ଜିଲ୍ଲାର କୌଣସି ସାମ୍ବାଦିକ ମାନଙ୍କୁ ସୂଚନା ଦିଆ ଯାଇନଥିବା ଜଣା ପଡିଛି । ବର୍ତ୍ତମାନର ଏଡିପିଆଇଆର ତଥା ଭାପ୍ରାପ୍ତ ଡିଆଇପିଆର/ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିରାରୀ ସଂପୂର୍ଣ ଭାବେ ସାମ୍ବାଦିକମାନଙ୍କୁ ଅଣ ଦେଖା କରିଥିବା ଅଭିଯୋଗ ହୋଇଛି । ଗତ ସୋମବାର ଦିନ ମାଲକାନଗିରି ଜିଲ୍ଲା ସଂସ୍କୃତି କାର୍ଯ୍ଯାଳୟ ତରଫରୁ ସ୍ଥାନୀୟ ସଂସ୍କୃତି ଭଵନ ଭିତରେ ଜିଲ୍ଲା କଳାକାର ମାନଙ୍କୁ ନେଇ କାର୍ଯ୍ଯକାରେଣି ବୈଠକ ବସିଥିବା ବେଳେ ଦୁଇ ଗୋଟି ଦାୟିତ୍ବରେ ଥିବା ଏଡିପିଆଇଆର ତାଙ୍କ ଡିଆଇପିଆର ହ୍ବାଟ୍ସପରେ ଖଣ୍ଡେ ଚିଠି ପୋଷ୍ଟ ନକରି ଜିଲ୍ଲା ପ୍ରଶାନରେ ଏବଂ ସାମ୍ବାଦିକମାନଙ୍କ ଅଗୋଚରରେ ଜିଲ୍ଲା କଳାକାରମାନଙ୍କୁ ନେଇ ବୈଠକ ଆୟୋଜନ କରିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିଜେ ଜଣେ ଜିଲ୍ଲା ସୂଚନା ଅଧିକାରୀ ହୋଇଥିଲେ ମଧ୍ଯ କାହାରିକୁ ସୂଚନା ନଦେବାର ଗୂଢ ରହସ୍ଯ ଜଣା ପଡୁନାହିଁ । ଜିଲ୍ଲା କଳାକାର ବୈଠକ ଯଦି ଆୟୋଜନ କରାଯାଏ ତେବେ ଜିଲ୍ଲାପାଳଙ୍କ ଠାରୁ ଭାରପ୍ରାପ୍ତ ଜିଲ୍ଲା ସଂସ୍କତି ଅଧିକାରୀ ଲିଖିତ ଅନୁମତି ନେବା ଉଚିତ । ଅନ୍ଯପକ୍ଷରେ ଓଡିଶା ରାଜ୍ଯ ସଂସ୍କୃତି ବିଭାଗର ଚିଠି ବା ନିର୍ଦ୍ଦେଶକୁ ପାଳନ କରିବା ଉଚିତ । ରାଜ୍ଯ ସଂସ୍କୃତି ବିଭାଗର ଚିଠି ବା ନିର୍ଦ୍ଦେଶ ନଥିବା ସତ୍ବେ କିମ୍ବା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ନଥିବା ସତ୍ବେ କିପରି ମନ ଇଛା ଜଣେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ କ୍ଷମତାର ଅପବ୍ଯବହାର କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟ କରୁଛି । ଅନ୍ଯପକ୍ଷରେ ଜିଲ୍ଲା ସଂସ୍କୃତି ଭବନକୁ ଯେଉଁ ସଂସ୍ଥା ବା ଅନୁଷ୍ଠାନ ବ୍ଯବହାର କଲେ ମାଲକାନଗିରି ପୌରପରିଷଦ ନିର୍ବାହୀ ଅଧିକାରୀ ୧୦ ହଜାର ଟଙ୍କାର ଭଡା ନେବାର ନିୟମ ଥିଲା ବେଳେ ଗତ କାଲି ଅର୍ଥାତ ୨୫ ତାରିଖ ଦିନ ମାଗଣାରେ ଉକ୍ତ ସଂସ୍କୃତି ଭବନକୁ ବ୍ଯବହାର କରିବା ପାଇଁ କିପରି ଭାରପ୍ରାପ୍ତ ସଂସ୍କୃତି ଅଧିକାରୀଙ୍କୁ ଦିଆଗଲା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ଉଦ୍ରେକ ହୋଇଛି ।
ପ୍ରକାଶ ଥାଉକି ମାଲକାନଗିରି ଜିଲ୍ଲାରେ ପ୍ରଚଣ୍ଡ ରୁଦ୍ରତାପ ସତ୍ବେ ଗତ କାଲି ମାଲକାନଗିରି ଜିଲ୍ଲାର ୭ ଗୋଟି ବ୍ଲକରୁ ପ୍ରାୟ ୪୦ ଜଣ କଳାକାର ନିଜ ଖର୍ଚ୍ଚରେ ଦୂର ଦୂରାନ୍ତୁ ଆସିଥିଲେ ମଧ୍ଯ ସେମାନ ପାଇଁ କୌଣସି ଭୋଜନର ବ୍ଯବସ୍ଥା କରା ନ ଯାଇ ମାତ୍ର ୫ ଟଙ୍କିଆ ବିସ୍କୁଟ ଦେଇ ଭୋକ ଉପବାସରେ କଳାକାରମାନଙ୍କୁ ଛାଡି ଦିଆଗଲା ବୋଲି ନାଟଗୁରୁ ମଘର ସାଂଗଠନିକ ସଂପାଦକ ଧନୁର୍ଜୟ ହନ୍ତାଳ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ଭାରପ୍ରପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ପଚରା ଯିବାରୁ ଜିଲ୍ଲା ସଂସ୍କୃତି ହେଡରେ ଫଣ୍ଡ ନଥିବା କହିଥିଲା ବେଳେ ସେ ତାଙ୍କ ହାତରୁ ୨ ହଜାର ଟଙ୍କା ଖର୍ଚ୍ଚ କରିଥିବା ସଫେଇ ଦେଇଥିଲେ । ସାମ୍ବାଦିକ ମାନଙ୍କୁ ଡାକିବା ନଡାକିବା ତାଙ୍କ ଇଛା ଉପରେ ନିର୍ଭର କରେ ବୋଲି ପ୍ରଶ୍ନର ଉତ୍ତର ଦେଇଥିଲେ ।
(ରିପୋର୍ଟ- ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ। )