ବୋଲଗଡ଼,୨୩/୦୪(ପିପିଟି):ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତର ପଶ୍ଚିମେଶ୍ୱରଦେବ ସରକାରୀ ଉଚ୍ଚବିଦ୍ୟାଳୟରେ ବିଭିନ୍ନ ସମସ୍ୟାକୁ ନେଇ ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନେ କରିଛନ୍ତି ଅଭିଯୋଗ। ପାନୀୟଜଳର ଅଭାବ ଦୁରିକରଣ, ଗୋଟିଏ ନଳକୂପ ଥିଲେ ମଧ୍ୟତହା ଦୁଇଶହ ପଚାଶ ଛାତ୍ର ଛାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ପାଣି ବାହାରୁନାହିଁ ଯାହାକି ବହୁ ଅସୁବିଧାର ସମୂଖିନ ହେଉଛନ୍ତି। ଅର୍ଦ୍ଧ ନିର୍ମାଣ ପ୍ରାଚିର ର ମରାମତି ତଥା ପୂର୍ଣାଙ୍ଗର ଆବଶ୍ୟକତା, ତିନି ବଖରା ଆଜବେଷ୍ଟ ଘର ଭଗ୍ନାବସ୍ତାରେ ଛାତ ଘର ବିପଦ ସଙ୍କୁଳଅବସ୍ଥାରେ, ତାର ମରାମତିର ଆବଶ୍ୟକତା ଦରକାର , ନୂତନ ୟୁରିନାଲ ଓ ପାଇଖାନା ଗୃହ ନିର୍ମାଣର ଆବଶ୍ୟକତା, ନୁତନ ଭାବେ ଆର ଡି ଡିପାଟମେଣ୍ଟର ଦ୍ବାରା ଗୃହନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ଯ ସରକାରୀ ସ୍ତରରେ ହସ୍ତାନ୍ତର ହୋଇନାହିଁ। ତତସହିତ ଏହି ନୁତନ ଗୃହର ଶିଡିଘର ଛାତ ରୁ ବର୍ଷା ପାଣି ଲିକେଜ ହେଉଛି ଏବଂ ନିମ୍ନ ମାନର କାମ ହୋଇଅଛି । ଶିଡି ପହାଚ ପାର୍ଶ୍ୱରେ ରେଲିଂ ନଥିବାରୁ ଛାତ୍ର ଛାତ୍ରୀ ଚଳାଚଳ ପାଇଁ ପାଇଁ ବିପଦପୂର୍ଣ୍ଣ ଅଟେ। ଏସବୁ ସମସ୍ୟାକୁ ନେଇ ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନେ କରିଛନ୍ତି ଅଭିଯୋଗ। ଏ ସବୁ ସମସ୍ୟାର ତୁରନ୍ତ ସମାଧାନର
ଆବଶ୍ୟକତା ଥିବା ନେଇ ଦାବୀ ହେଉଛି ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)