ମାଲକାନଗିରି,୧୯/୦୪(ପିପିଟି): ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଉଡୁପା ଗ୍ରାମ ପଞ୍ଚାୟତ ନିକଟସ୍ଥ ଆକୁର ଗ୍ରାମ ଠାରେ ପାଣ୍ଡ୍ରିପାଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟାରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଛନ୍ତି । ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ୭୮୧ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ଔଷଧ ପ୍ରଦାନ କରିବା ସହ ଉପଯୁକ୍ତ ପରାମର୍ଶ ଦିଆଯାଇଥିଲା । ସ୍ୱାସ୍ଥ୍ୟ ଶିବିରରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡ.ପ୍ରଫୁଲ୍ଲ ନନ୍ଦ, ଡ.ସନ୍ଧ୍ୟାରାଣୀ ପଟ୍ଟନାୟକ, ଡ.ପ୍ରଫୁଲ ବେହେରା ,ଡି ଏମ୍ ଆର ସି ଏଚ୍ ବନବିହାରି ମିଶ୍ର ,ବିଭିଡ଼ି ଅଜିତ ଦଳେଇ ,ଡ. ଧନେଶ୍ୱର ମହାପାତ୍ର ,ମାଲକାନଗିରି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନ , ବ୍ଲକ ସ୍ତରୀୟ ସମସ୍ତ ଚିକିତ୍ସା ଅଧିକାରୀ ,ବ୍ଲକ ସ୍ତରର ସମସ୍ତ ସରକାରୀ ଅଧିକାରୀ ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ମହିଳା ନେତ୍ରୀ ତଥା ଉଡୁପା ପଞ୍ଚାୟତ ସମିତି ସଭ୍ୟା ସୁକାନ୍ତି ବୁରୁଦା ,ସରପଞ୍ଚ ଗଙ୍ଗା ମାଡକାମୀ ଓ ସମସ୍ତ ୱାର୍ଡ ସଭ୍ୟ ,ସମସ୍ତ ଆଶା ,ଅଙ୍ଗନୱାଡି ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post