ଭଞ୍ଜନଗର,୦୮/୦୪(ପିପିଟି) : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଗାଲେରି ଫାଣ୍ଡି ଅଧୀନ ପଥରଗଣ୍ଡା ଜଙ୍ଗଲ ଭିତରେ ଆଜି ସନ୍ଧ୍ୟା ରେ ଏକ ପ୍ରେମୀ ଯୁଗଳ ଙ୍କର ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ମାନେ ହେଲେ ନିକଟସ୍ଥ ଢ଼ିବିରି ଝୋଳି ଗ୍ରାମର ଡିପୁ ମଳିକ (୨୦) ପ୍ରତିମା ପ୍ରଧାନ (୧୮) । ଗାଲେରି ଫାଣ୍ଡି ପୋଲିସ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଁ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କ ମୃତ୍ୟୁ ଦେହ ଜବତ କରିବା ସହ କେସ ନଂ ୫/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବିଳମ୍ବିତ ସମୟ ହୋଇଥିବାରୁ ଆସନ୍ତାକାଲି ଉଭୟ ଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ସୂଚନା ଦେଇଛନ୍ତି। ଥାନା ଅଧିକାରୀ ଶ୍ରୀ ଦାସଙ୍କ ସୂଚନା ଅନୁଯାୟୀ ଆଜି ସକାଳ ସମୟରୁ ଉଭୟ ଗ୍ରାମ ଛାଡି ପଳାଇଥିବା ବେଳେ ଅପରାହ୍ନ ୫ଟା ବେଳେ ପଥରଗଣ୍ଡା ଜଙ୍ଗଲ ମଧ୍ୟରେ ଏକ ଆମ୍ବ ଗଛରେ ଉଭୟଙ୍କ ମୃତ ଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଁ ପୋଲିସକୁ ଖବର ଦେଇଥିଲେ। ଉଭୟ ପ୍ରେମୀ ଯୁଗଳ ହୋଇଥିବା ବେଳେ ସେମାନଙ୍କ ସମ୍ପର୍କକୁ ସାମାଜିକ ସ୍ୱୀକୃତି ନ ମିଳିବାରୁ ଏଭଳି ଚରମ ପଦକ୍ଷେପ ନେଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଥିବା ଶ୍ରୀ ଦାସ କହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Next Post