ଭଞ୍ଜନଗର,୦୩/୦୪(ପିପିଟି): ଜବାହର ହାଇ ସ୍କୂଲ, ବଡ଼କୋଦଣ୍ଡା ଠାରେ ଭଞ୍ଜନଗର ବ୍ଲକ “ଶିକ୍ଷା ସଚେତନତା ରଥ”ର ଶୁଭାରମ୍ଭ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଜୟଙ୍କ ନିର୍ଦ୍ଦେଶ କ୍ରମେ ବି. ଆର.ସି.ସି ହୃଷିକେଶ ସ୍ୱାଇଁ ଶୁଭାରମ୍ଭ କରିଥିଲେ। ଏଥିରେ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ ଜେନା, ପ୍ରଦୋଷ କୁମାର ହୋତା, ମୋହନ ସାହୁ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଶିକ୍ଷା ସଚେତନତାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ କହିଥିଲେ। ବିଦ୍ୟାଳୟର ଛାତ୍ର, ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ମାନଙ୍କ ଦ୍ୱାରା “ଶିକ୍ଷାରଥ”କୁ ଘୋଷ, ଶଙ୍ଖ, ହୁଳହୁଳି ଓ କରତାଳି ମାଧ୍ୟମରେ ବନ୍ଦାପନା କରାଯାଇଥିଲା । ଶିକ୍ଷୟିତ୍ରୀ ରଶ୍ମିତା ସାହୁ, ରାଜଶ୍ରୀ ପଟ୍ଟନାୟକ, ଗୀତାଞ୍ଜଳି ମଲ୍ଲିକ, ପୁଷ୍ପାଞ୍ଜଳି ସ୍ୱାଇଁ, ଅନିମା ମିଶ୍ର, ସାଜନ ସ୍ୱାଇଁ,ମନୋରଞ୍ଜନ ପଣ୍ଡା, ଗଣେଶ ପଣ୍ଡା, ଶରତ ଚନ୍ଦ୍ର ବେହେରା, ପ୍ରଶାନ୍ତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ପରେ ଏହି “ଶିକ୍ଷାରଥ” ବଡକୋଦଣ୍ଡା, ଡ଼ୁମାକୁମ୍ପା. ସାନକୋଦଣ୍ଡା କ୍ଲଷ୍ଟର ପରିକ୍ରମା କରିଥିଲା। ଏହି ରଥକୁ ପ୍ରତ୍ୟେକ ବିଦ୍ୟାଳୟର ଛାତ୍ର, ଛାତ୍ରୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ସଦସ୍ୟା ଓ ଯୁବଗୋଷ୍ଠୀ ସ୍ୱାଗତ ଜଣାଇଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Prev Post
Next Post