ସିରିପେଟାରେ ଠାରେ ହିନ୍ଦୁ ନବବର୍ଷ ପାଳିତ।

0 276

ମାଲକାନଗିରି,୦୩/୦୪(ପିପିଟି): ପରକନମାଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିରିପେଟା କଲୋନୀ ଠାରେ ହିନ୍ଦୁ ନବବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କବି ବଳରାମ ପୂଜାରୀ ,ମୁଖ୍ୟ ବକ୍ତା ଭାବେ ହର ପ୍ରସାଦ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ମେନକା ଶିଶା, ବିଶ୍ଵ ହିନ୍ଦୁ ପରିଷଦର କାର୍ଯ୍ୟକାରିଣୀ ସଭାପତି ଯୁଗଳ କିଶୋର ସ୍ୱାଇଁ, ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗଦେଇ ହିନ୍ଦୁ ନବବର୍ଷ ଅବସରରେ ବିଶ୍ବ ହିନ୍ଦୁ ପରିଷଦର ମୁଖ୍ୟ ପ୍ରତିଷ୍ଠାତା ଡକ୍ଟର ସଦାଶିବ ଗୋଲୱଲକର ଓ ସହ ପ୍ରତିଷ୍ଠାତା କେଶବ ବଳିରାମ ହେଡଗୱରଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ସମୂହିକ ପ୍ରାର୍ଥନା କରାଯାଇଥିଲା । ଏହା ପରେ ଧ୍ୱଜାରୋହଣ କାର୍ଯ୍ୟକ୍ରମ କରାଯାଇଥିଲା । ସମସ୍ତେ ସାବଧାନ ହୋଇ ଛିଡା ହେବା ସହ ଧ୍ୱଜା ପ୍ରତି ସମ୍ମାନ ଜଣାଇ ଥିଲେ। କାର୍ଯ୍ୟକ୍ରମରେ ସିରିପେଟା ଓ ଆଖପାଖ ଅଞ୍ଚଳର ପାଖାପାଖି ୩୦୦ ରୁ ଉର୍ଦ୍ଧ୍ବ ଜନସାଧାରଣ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ତ୍ରିରଙ୍ଗା କ୍ଲବର ସଭାପତି ସହଦେବ ଶିଶା, ଉପସଭାପତି ଉଦ୍ଧବ ଖେମୁଡୁ,ସାଧାରଣ ସମ୍ପାଦକ ଗୋପୀନାଥ ଭୂମିଆ, ସଦସ୍ୟ ଅର୍ଜୁନ ବଣ୍ଡାପଡିଆ, କଦମଗୁଡ଼ା ସରପଞ୍ଚ ସୂର୍ଯ୍ୟ ନାରାୟଣ ଜିଗିଡି,ବିଜୟ କୁମାର ପ୍ରଧାନ, ଜଗନ୍ନାଥ ଜେନା,ଭଗବାନ ସାହୁ, ଜ୍ୟୋତି ରଞ୍ଜନ ବେହେରା, ପ୍ରିୟମ୍ବଦା ରାଉତ, ପୁଷ୍ପାଞ୍ଜଳି ପୂଜାରୀ ପ୍ରମୁଖ ସାଫଲ୍ଯ ମଣ୍ଡିତ କରି ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.