ବେଳଗୁଣ୍ଠା,୦୨/୦୪(ପିପିଟି): ଗଞ୍ଜାମ ଜିଲ୍ଲାରେ ପ୍ରସିଦ୍ଧ ପର୍ବ ହେଉଛି ଦଣ୍ଡଯାତ୍ରା ପର୍ବ । ମା କାଳୀଙ୍କ ଯାତ୍ରା ବେଶେଷତଃ କେଉଁକେଉଁ ଗ୍ରାମରେ ୧୩ ରୁ ୨୧ ଦିନ ଧରି ଯାତ୍ରା ଅନୁଷ୍ଠିତ ହୋଇଥାଏ । ପ୍ରତ୍ୟେକ ବର୍ଷର ଚୈତ୍ର ମାସରେ ଏହି ଦଣ୍ଡପର୍ବ ପଡେ । ଦଣ୍ଡଯାତ୍ରାରେ ମାକାଳୀ ଦୀର୍ଘ ଦିନ ଧରି ମନ୍ଦିରରେ ନରହି ବାହାରେ ବୁଲି ବୁଲି ମାନସିକଧାରିଙ୍କ ଦାଣ୍ଡଦୁଆରେ ପୂଜା ପାଆନ୍ତି ଏବଂ ମାନସିକ ଧାରୀମାନେ ମା କାଳୀଙ୍କୁ ଧରି ବାହାରେ ବୁଲନ୍ତି । ଦୀର୍ଘ ୧୩ ଦିନ ଧରି ମା ଦଣ୍ଡକାଳୀଙ୍କ ଦଣ୍ଡ ଯାତ୍ରା ଆଜି ବେଲଗୁଣ୍ଠା ରେ ଆରମ୍ଭ ହୋଇଛି । ୪୭ ଜଣ ମାନସିକଧାରୀ କାମିନୀକଙ୍କ ସହିତ ମେନେଜର ଶଙ୍କର ବେହେରା , ସଭାପତି ଭାସ୍କର ପାତ୍ର , ବ୍ରଜେନ୍ଦ୍ରପତି , କାଶୀନାଥସାହୁ, ଲିଖୁ ସାହୁ , ସଞ୍ଜୟବେହେରା, ଶିବାଶିଷସାହୁ ଏବଂ ଗ୍ରାମର ବହୁ ଭକ୍ତ ମିଶି ଏହି ଦଣ୍ଡଯାତ୍ରାକୁ ପରିଚାଳନା କରୁଛନ୍ତି । ଦୀର୍ଘ ଦୁଇ ବର୍ଷ ହେବ କରୋନା କଟକଣା ହେତୁ ଏହି ଦଣ୍ଡଯାତ୍ରା ପର୍ବ ବନ୍ଦ ଥିଲା । ଚଳିତ ବର୍ଷ ଏହି ପରମ୍ପରା ହେଉଥିବାରୁ ମାନସିକଧାରୀ ଏବଂ ଭକ୍ତ ମାନଙ୍କ ମଧ୍ୟରେ ବେଶ ଖୁସି ପରିଲକ୍ଷିତ ହେଉଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )
Next Post