ଉତ୍କଳ ସାହିତ୍ଯ ସଂସଦ ଦ୍ବାରା ୮୭ତମ ଉତ୍କଳ ଦିବସ ପାଳିତ ।

0 267

ମାଲକାନଗିରି,୦୨/୦୪(ପିପିଟି):
ମାଲକାନଗିରି ସଦର ମହକୁମାସ୍ଥିତ ମାଲ୍ଯବନ୍ତ ଛାତ୍ରାବାସ ଠାରେ ଉତ୍କଳ ସାହିତ୍ଯ ସଂସଦ ଆନୁକୂଲ୍ଯରେ ୮୭ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମ ରଂଜନ ଦାଶ,ମୁଖ୍ଯ ବକ୍ତା ଭାବେ କନିଷ୍ଠ ମାହାବିଦ୍ଯାଳୟ ଓଡିଆ ଅଧ୍ଯାପକ କ୍ଷିରୋଦ ଚନ୍ଦ୍ର ନାୟକ,ସମ୍ମାନିତ ବକ୍ତା ଭାବେ ଶିକ୍ଷକ କବିର ମୋହନ ବେହେରୀ, ସମ୍ମାନିତ ଅତିଥି ଭାବେ ମାଲ୍ଯବନ୍ତଶ୍ରୀ ପତ୍ରିକାର ସଂପାଦକ ମନୋଜ ସାହୁ,ଅବସରପ୍ରାପ୍ତ ଅଧ୍ଯାପକ ତଥା ସାମ୍ବାଦିକ ଡଃ ସରୋଜ ଦାଶ ମଞ୍ଚାସୀନ ଥିବା ବେଳେ ଉତ୍କଳ ସାହିତ୍ଯ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ ପୌରହିତ୍ଯ କରିଥିଲେ ।ବର୍ତ୍ତମାନ ଓଡିଆ ଭାଷା ସଂକଟ ଦେଇ ଗତି କରୁଛି । ଦିନକୁ ଦିନ ଇଂରେଜ ଭାଷାର ଗୁରୁତ୍ବ ବୃଦ୍ଧି ପାଉଛି । ଓଡିଆ ଭାଷା ପ୍ରତି ସରକାରୀ ସ୍ତରରେ ଉଦ୍ଯମର ଅଭାବ ଯୋଗୁଁ ମାତୃ ଭାଷା ଓଡିଆ ଅବହେଳିତ । ଆଜି ଯେ କୌଣସି ବ୍ଯକ୍ତି ସ୍ଥାନୀୟ ଜିଲ୍ଲାପାଳଙ୍କୁ ଇଂରାଜୀରେ ଦରଖାସ୍ତଟିଏ ଲେଖି ନିଜର ଆପତ୍ତି ଅଭିଯୋଗ ଜଣାଇବାକୁ ବାଧ୍ଯ ହେଉଛି । କାରଣ ଓଡିଶାର ଅଧିକାଂଶ ଜିଲ୍ଲାପାଳ ଅଣ ଓଡିଆ । ଓଡିଆ ଦରଖାସ୍ତଟିରେ କ’ଣ ଲେଖାହୋଇଛି ବୁଝନ୍ତି ନାହିଁ । ଇଂରାଜୀ ମାଧ୍ଯମ ସ୍କୁଲରେ ପାଠ ପଢାଇବା ପାଇଁ ସମସ୍ତେ ବ୍ଯଗ୍ର । ସରକାରୀ କାର୍ଯ୍ଯାଳୟରେ ସମସ୍ତ କାର୍ଯ୍ଯ ଇଂରାଜୀ ଭାଷାରେ ପ୍ରଚଳିତ । ଦୋକାନଗୁଡିକର ଫଳରେ ମଧ୍ଯ ଇଂରାଜୀ ଭାଷାରେ ଲେଖା ଯାଉଛି । ବିବାହ ବ୍ରତରେ ଯେଉଁ ନିମନ୍ତ୍ରଣ ପତ୍ର ଛପା ଯାଉଛି,ସେଥିରେ ମଧ୍ଯ ଇଂରେଜ ଭାଷାରେ ଲିଖିତ ।ଓଡିଆ ଭାଷା ପ୍ରତି ଚରମ ଅବହେଭା ବୋଲି ବକ୍ତାମାନେ ମତ ବ୍ଯକ୍ତ କରିଥିଲେ । ଉତ୍କଳ ସାହିତ୍ଯ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ ମାଲକାନଗିରି. ଭଳି ଉପାନ୍ତ ଜିଲ୍ଲାରେ ଓଡିଆ ଭାଷା ପ୍ରଚାର ପ୍ରସାର ଲାଗି ଯେଉଁ ଉଦ୍ଯମ କରିଛନ୍ତି,ତାହା ପ୍ରଶଂସନୀୟ ବୋଲି ସମ୍ମାନିତ ଅତିଥି ଶ୍ରୀ ସାହୁ କହିଥିଲେ । ମୁଖ୍ଯ ବକ୍ତା ଓଡିଆ ଅଧ୍ଯାପକ ଶ୍ରୀ ନାୟକ
ଉତ୍କଳ ଦିବସର ଆଭିମୁଖ୍ଯ ଉପରେ ସ୍ମୃତି ଚାରଣ କରିଥିଲେ । ଉତ୍କଳ ସାହିତ୍ଯ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ ଓଡିଆ ଭାଷା ସାହିତ୍ଯ ବଞ୍ଚିବାକୁ ହେଲେ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ ଦେଇଥିଲେ । ଶେଷରେ ଅନନ୍ତ କିଶୋର ନନ୍ଦ ଧନ୍ଯବାଦ ଅର୍ପଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.