ବ୍ରହ୍ମପୁର,୩୦/୦୩(ପିପିଟି): ପ୍ରଥମଥର ପାଇଁ ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ଲଢୁଥିବା ଆମ୍ ଆଦମୀ ପାର୍ଟି ସମସ୍ତଙ୍କୁ ଚକିତ କରିଛି। ଆପ୍ ମେୟର ପ୍ରାର୍ଥିନୀ ସି.ପ୍ରିୟଙ୍କା ୭୪୫୩ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବାବେଳେ କଂଗ୍ରେସ ମେୟର ପ୍ରାର୍ଥିନୀ ମଞ୍ଜୁ ରଥ ୬୭୬୮ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଛନ୍ତି। କଂଗ୍ରେସ ଠାରୁ ଆପ୍ ୬୮୫ ଭୋଟ ଅଧିକ ପାଇଛି। ଆଗାମୀ ସାଧାରଣ ନିର୍ବାଚନରେ ଆପ୍ ପ୍ରଭାବ ବୃଦ୍ଧି ପାଇବ ନିଶ୍ଚିତ। ଆପ୍ ର ଅଭିବୃଦ୍ଧି ଶାସକ ଦଳ ପାଇଁ ସମସ୍ଯା ସୃଷ୍ଟି କରିପାରେ ବୋଲି ସାଧାରଣରେ ଚର୍ଚ୍ଚା ଶୁଣିବାକୁ ମିଳୁଛି।