ଦିଗପହଣ୍ଡି ଏନ.ଏ.ସିରେ କଂଗ୍ରେସର ବାଜିମାତ,ପ୍ରଫୁଲ୍ଲ କୁମାର ପଣ୍ଡା ହେଲେ ଅଧ୍ୟକ୍ଷ ।

0 452

ଦିଗପହଣ୍ଡି,୨୬/୦୩(ପିପିଟି): ଚଳିତ ପୌର ନିର୍ବାଚନରେ ବିଜେଡ଼ିର ଗଡ କୁହା ଯାଉଥିବା ଦିଗପହଣ୍ଡି ତାହା ଏବେ କଂଗ୍ରେସ ଅକ୍ତିଆର କରି ନେଇଛି । ଏନ୍.ଏ.ସି ର ଚୁଡାନ୍ତ ଫଳାଫଳ ଆସିଯାଇଛି । କଂଗ୍ରେସରୁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରଫୁଲ୍ଲ କୁମାର ପଣ୍ଡା ୧୪୧୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ୧୧ ଟି ୱାର୍ଡରୁ ୬ଟି ୱାର୍ଡ ୦୧, ୦୫ , ୦୬ , ୦୭ , ୦୮ , ୧୦ କଂଗ୍ରେସ ଅକ୍ତିଆର କରିଥିବା ବେଳେ ବିଜେଡ଼ି ମାତ୍ର ୫ଟି ୱାର୍ଡ ୦୨ , ୦୩ , ୦୪ , ୦୯ , ୧୧ ରେ ବିଜୟୀ ହୋଇଛନ୍ତି । ଦିଗପହଣ୍ଡି କଂଗ୍ରେସ କର୍ମୀ ମାନଙ୍କ ମନରେ ଉତ୍ସାହ ଖେଳିଯାଇଛି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.