ଜଗତସିଂହପୁର,୨୫/୦୩(ପିପିଟି); ଜଗତସିଂହପୁର ଜିଲ୍ଲା ପରିଷଦ ଉପସଭାପତି ଭାବେ ବିଜୁ ଜନତା ଦଳର ତିର୍ତ୍ତୋଲ ବ୍ଲକ୍ ୨ ନଂ ଜୋନ ସଦସ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି ଦିଵା ୧୧ଟା ସମୟରେ ଜିଲ୍ଲାପାଳଙ୍କ ଅଫିସ ମଧ୍ୟରେ ଥିବା ସଦଭାବନା ଗୃହରେ ସମର୍ଥକଙ୍କ ସହିତ ଆସି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅପରାହ୍ନ ୧ ଟା ପରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ସମୟ ଅତିକ୍ରାନ୍ତ ହେଲା ପରେ ଶ୍ରୀମତୀ ମହାନ୍ତିଙ୍କୁ ବିଜୟୀ ଘୋଷଣା କରାଯାଇଥିଲା ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)
Next Post