ଆନ୍ଧ୍ରପ୍ରଦେଶରୁ ନିଜ ଗାଁକୁ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଆଣିଲେ ପାର୍ଥିବ ଶରୀର ।

0 1,037

ସାନଖେମୁଣ୍ଡି,୧୭/୦୩(ପିପିଟି):ବିଧିର ବିଧାନ କେ କରିବ ଆନ ପରିବାର ପ୍ରତୀ ପୋଷଣ ପାଇଁ ନିଜ ଭିଟା ମାଟିକୁ ଛାଡି ସୁଦୂର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ କୁ କାମ କରିବାକୁ ଯାଇଥିଲେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଆଡପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କଈଠବେଢା ଗ୍ରାମର ବିନୋଦ ମହାନ୍ତିଙ୍କ ପୁଅ ଜିତୁ ମହାନ୍ତି ( ବୟସ ୨୪) । ତାଙ୍କର କୋୖଣସି ସ୍ୱାସ୍ଥ୍ୟ ଗତ କାରଣରୁ ଜିତୁ ମହାନ୍ତି ଅକାଳ ମୃତ୍ୟ ବରଣ କରିଥିଲେ । ନିରୀହ ଗରିବ ଶ୍ରେଣୀର ପରିବାର ହେତୁ ମରଶରୀରକୁ ଭିଟାମାଟିକୁ ଆଣିବାକୁ ଖର୍ଚ୍ଚ ନଥିବା ଜିତୁଙ୍କ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ । ଏ ବିଷୟରେ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କୁ ଜଣାଇଥିଲେ ଗ୍ରାମବାସୀ । କାଳବିଳମ୍ବ ନକରି ସଙ୍ଗେ ସଙ୍ଗେ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଓଡ଼ିଶା ମୋ ପରିବାର ଯୋଜନା ଦ୍ଵାରା ତାଙ୍କ ପାର୍ଥିବ ଶରୀରକୁ କଈଠବେଢ଼ା ଗ୍ରାମକୁ ଆଣିବାର ବ୍ୟବସ୍ଥା କରିଥିଲେ । ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ନିର୍ଦ୍ଧେଶ କ୍ରମେ ୬୧ ନମ୍ବର ଜୋନର ଜିଲ୍ଲାପରିଷଦ ଅମିନ ପ୍ରଧାନ , ଆଡ଼ପଡ଼ା ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ କାଳୁ ସ୍ୱାଇଁ ଉପସ୍ଥିତ ରହି ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.