ଉଦେପଦରରେ ତୁଳସୀ ବିବାହ ଓ ଜଳନ୍ଧର ବଧ ନାଟ୍ୟାଭିନୟର ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ।

0 326

ଉଲୁଣ୍ଡା,୧୬/୦୩(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଉଦେପଦର ହରିହରି ମିଳନ ପଡିଆଠାରେ ଦୋଳ ପୁର୍ଣିମା ଅବସରରେ ତୁଳସୀ ବିବାହ ଓ ଜଳନ୍ଧର ବଧ ନାଟ୍ୟାଭିନୟ ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜକ ସଭାପତି ମନୋଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବରିଷ୍ଠ ସମାଜସେବୀ ହିମାଂଶୁ ଶେଖର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ଉଲୁଣ୍ଡା ଜୋନ-୧ ର ଜିଲ୍ଲା ପରିଷଦ ସଭ୍ୟା ବିଜୟଲକ୍ଷ୍ମୀ ତରାଇ, ଲସ୍ତଳା ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଶିବାନୀ ମହାକୁର, ସମିତି ସଭ୍ୟ ମହେନ୍ଦ୍ର ଭୋଇ, ବରିଷ୍ଠ ସାମ୍ବାଦିକ ଗୌରଚନ୍ଦ୍ର ପରିଛା, ଉରୁକ୍ରମ ପାଣ୍ଡିଆ, ଜଳନ୍ଧର ବଧର କଳାକାର ଗୋପାଳ ଦାସ, ସମାଜସେବୀ ଗଙ୍ଗାଧର ମହାକୁର ଏବଂ ଶିବୁ ତରାଇ ମଞ୍ଚାସୀନ ହୋଇଥିଲେ । କାର୍ତିକ ସାହୁ ଏବଂ ଅନିରୁଦ୍ଧ ସାହୁ ଅତିଥି ଗଣଙ୍କୁ ଉପଢୌକନ ଦେବାସହ ସମ୍ବର୍ଦ୍ଧିତ କରିଥିଲେ । ଗୋପାଳ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଟଙ୍କଧର ମେହେର, ଅରୁଣ ଭୋଇ, ସୁବାଷ ରଣା, ଦୀପକ ସାହୁ, ପୀତବାସ ଭୋଇ, କପିଳେଶ୍ୱର ମେହେର, ଶତ୍ରୁଘନ ପୋଢ଼, ଗୋପାଳ ରଣା, ଅର୍ଜୁନ ପଧାନ ପ୍ରମୁଖ ସହଯୋଗ କରିଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.