ଆଜି ହେଉଛି ପ୍ରଥମ ପର୍ଯ୍ୟାୟ ମତଦାନ, ତିନି ଜୋନରୁ ୭୮ ହଜାର ୭୪୪ ମତଦାତା ମତ ସାବ୍ୟସ୍ତ କରିବେ ।

0 335

ବାଲିଗୁଡା,୧୬/୦୨(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡା ଓ କ. ନୂଆଗାଁ ବ୍ଲକ ରେ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନର ଆଜି ଭୋଟ ଗ୍ରହଣ ହେବ । ବାଲିଗୁଡା ବ୍ଲକରେ ୧୮୩ ବୁଥ ରେ ୩୮୧୩୬ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ । ବାଲିଗୁଡା ବ୍ଲକ ର ଚଉଦ ପଂଚାୟତ ରେ ୫୦ ଜଣ ସରପଞ୍ଚ ପ୍ରାଥୀ,୩୯ ଜଣ ସମିତି ସଭ୍ୟ ପ୍ରାଥୀ ଓ ୩୪ ଜଣ ୱାର୍ଡ ମେମ୍ବର ପ୍ରାଥୀ ଙ୍କ ଭାଗ୍ୟ ନିର୍ଧାରଣ ହେବ । ବାଲିଗୁଡା ଦୁଇଟି ଜିଲ୍ଲା ପରିଷଦ ଜୋନ ରେ ୧୫ ନମ୍ବର ରେ ୪ଜଣ ଓ ୧୬ ନମ୍ବର ଜୋନ ରେ 5ଜଣ ପ୍ରାଥୀ ଙ୍କ ଭୋଟ ର ଭାଗ୍ୟ ନିର୍ଧାରଣ କରିବେ । ବାଲିଗୁଡା ବ୍ଲକ ରେ ୩୮୧୩୬ ଜଣ ଭୋଟର ୧୪୨ ଜଣ ପ୍ରାଥୀଙ୍କ ପ୍ରଥମ ପର୍ଯ୍ୟୟ ମତଦାନ ରେ ଭାଗ୍ୟ ନିର୍ଧାରଣ କରିବେ । ସେହିପରି କ.ନୂଆଗାଁ ବ୍ଲକ ରେ ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ରେ ଚଉଦ ପଂଚାୟତ ପାଇଁ ୧୭୭ବୁଥ ରେ ୪୦୬୦୮ ଜଣ ଭୋଟର ୧୩୩ଜଣ ପ୍ରାଥୀ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ସରପଞ୍ଚ ୪୮, ଜଣ, ସମିତି ସଭ୍ୟ ୩୬ ଜଣ, ୱାର୍ଡ ମେମ୍ବର ୪୬ ଜଣ ଓ ତିନି ଜଣ ଜିଲ୍ଲା ପରିଷଦ ପ୍ରାଥୀ ଙ୍କ ଭାଗ୍ୟ ନିର୍ଧାରଣ କରିବେ ମୋଟ ୪୦୬୦୮ ମତଦାତା ବୋଲି ଜଣା ପଡିଛି । ବାଲିଗୁଡା ବ୍ଲକ ଓ କ ନୂଆଗାଁ ବ୍ଲକ ର ପ୍ରଥମ ପ୍ରଯ୍ୟାୟ ମତଦାନ ସମସ୍ତ ପ୍ରସ୍ତୁତି ଶେଷ ହୋଇ ଯାଇଛି । ମହିଳା ମାନଙ୍କ ପାଇଁ ପିଙ୍କ ବୁଥ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି ଓ ଦିବ୍ୟାଙ୍ଗ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପ୍ରଥମ ପର୍ଯ୍ୟୟ ମତଦାନ ପାଇଁ ମୁକ୍ତ ଅବାଧ ଓ ନିରପେକ୍ଷ କରିବା ନିମନ୍ତେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବିଷୟ କନ୍ଧମାଳ ଏସପି ସୁଚନା ଦେଇଛନ୍ତି । ମାଓ ପ୍ରଭାବିତ ବୁଥ ଗୁଡିକ ରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷାବାହୀନି ପକ୍ଷରୁ ଯାଞ୍ଚ, ପାଟ୍ରୋଲିଂ କରିବା ସହିତ କୁମ୍ବିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.