ମାଲକାନଗିରି,୩୦/୦୧(ପିପିଟି): ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକମା ଅଞ୍ଚଳରେ ମାଓବାଦୀ ଏବଂ ଯବାନଙ୍କ ମଧ୍ଯରେ ଗୁଳି ବିନିମୟ ଯୋଗୁଁ ଜଣେ ହାର୍ଡକୋର ମାଓବାଦୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୁକମା ଜିଲ୍ଲା ଚିନୁଲନାର ଥାନା ଅନ୍ତର୍ଗତ ତିମାପୁରମ ଅଞ୍ଚଳରେ ମାଓ କ୍ୟାମ୍ପ ଚାଲିଥିବା ନେଇ ପୋଲିସକୁ ଗୁଇନ୍ଦାସଂସ୍ଥା ତରଫରୁ ସୂଚନା ମିଳିଥିଲା । ଏହାପରେ ଡିଆରଜି ବାହିନୀ ଓ ସିଆରପିଏଫ କୋବ୍ରା ଯବାନଙ୍କ ପକ୍ଷରୁ ସେଠାରେ ଆରମ୍ଭ ହୋଇଥୁଲା ମିଳିତ କମ୍ବିଂ ଅପରେସନ । ଯବାନଙ୍କ ଆସିବା ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ପରେ ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ପ୍ରାୟ ଏକ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସେଠାରୁ ଜଣେ ହାର୍ଡକୋର ମାଓବାଦୀଙ୍କ ମୃତଦେହ ଠାବ ହୋଇଥିବା ବେଳେ ବନ୍ଧୁକ ଓ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମଧ୍ଯ ଜବତ ହୋଇଛି । ଘଟଣାସ୍ଥଳରେ ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post