ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସର ଫ୍ଲାଗ ମାର୍ଚ୍ଚ ।

0 423

ଭଞ୍ଜନଗର,୨୮/୦୧(ପିପିଟି): ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଭଞ୍ଜନଗର ଉପଖଣ୍ଡ ପୁଲିସ ପକ୍ଷରୁ ସହର ସମେତ କିଛି ପଞ୍ଚାୟତରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆଜି ସଂନ୍ଧ୍ୟାରେ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନେତୃତ୍ବରେ ଭଞ୍ଜନଗର ଥାନା ଅଧିକାରୀ ଧୀରେଶ ଦାସଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ପୁଲିସ କର୍ମଚାରୀ ସହରର ବିଭିନ୍ନ ସାହିରେ ଫ୍ଲାଗମାର୍ଚ୍ଚ କରି ବୁଲି ଦେଖିଛନ୍ତି। ଏଥିସହ ଢିହପଢାଳ,ତୁଳସୀପଲ୍ଲୀ,ବେଣାକୁନ୍ଦା ଗ୍ରାମରେ ସଦଳବଳ ପୁଲିସ୍ ଟିମ୍ ଫ୍ଳାଗ୍ ମାର୍ଚ୍ଚ କରିଛନ୍ତି। ନିର୍ବାଚନ ସମୟରେ ଯେଭଳି ଆଇନ ଶୃଙ୍ଖଳା ବଜାୟ ରହିବ ସେଥିପାଇଁ ଜନସାଧାରଣଙ୍କୁ ସଚେତନ କରିଥିଲେ। ଆସନ୍ତା ପଞ୍ଚାୟତ ନିର୍ବାଚନ ଭଞନଗର ଉପଖଣ୍ଡରେ କିଭଳି ଶୃଙ୍ଖଳିତ ଭାବେ ହେବ ସେ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ବେଆଇନ ଭାବେ ଚାଲିଥିବା ମଦ ବିକ୍ରି ଓ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ସ୍ବତନ୍ତ୍ର ଟିମ ଗଠନ କରିଥିବା ନେଇ ଏସଡିପିଓ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ଏହି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ଭାବେ ଚାଲିଥିବା କାର୍ଯ୍ୟକୁ ରୋକିବା ସହ ସେ ନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ। ଅବାଧ ଓ ନିରପେକ୍ଷ ର୍ନିବାଚନ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ନେଇ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବା ସହ ପୁଲିସ ବିଭିନ୍ନ ସ୍ଥାନରେ ରହି ଗାଡି ମୋଟରକୁ ଯାଞ୍ଚ ମଧ୍ୟ କରାଯିବ। ଏଥିସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ। ଆଜିର ଏହି ଫ୍ଲାଗମାର୍ଚ୍ଚ ସମୟରେ ଭଞ୍ଜନଗର ଥାନା ଅଧିକାରୀ ଶ୍ରୀ ଦାସଙ୍କ ସମତେ ଏସଆଇ ମନସ୍ବିନୀ ମହାନ୍ତି,କେଶବ ଷଢଙ୍ଗୀ,ମୋହନ କହଁର, ଏଏସ୍ଆଇ ପ୍ରଶାନ୍ତ କୁମାର ପ୍ରଧାନ, ସୁରେଶ କୁମାର ସେନାପତିଙ୍କ ସମେତ ବହୁ ପୁଲିସ ଅଧିକାରୀ ଉପସ୍ଥିତ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.