ହିଞ୍ଜିଳିକାଟୁ ବିଭିନ୍ନ କାର୍ଯ୍ୟାଳୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ।

0 266

ବ୍ରହ୍ମପୁର,୨୬/୦୧(ପିପିଟି): ହିଞ୍ଜଳି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷ କରୋନା ପ୍ରଭାବ ଯୋଗୁଁ ସିମିତ ବ୍ୟକ୍ତି ବିଶେଷଙ୍କୁ ନେଇ କୋଭିଡ଼ ନିୟମ ପ୍ରକାରେ ଏହି ସାଧାରଣତନ୍ତ୍ର ଦିବସ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ମାନଙ୍କରେ ନିରାଡ଼ମ୍ବର ପୂର୍ଣ୍ଣ ଭାବେ ପାଳିତ ହୋଇଛି। ଆଜି ହିଞ୍ଜିଳିକାଟୁ ପ୍ରେସକ୍ଳବ ଠାରେ ସଭାପତି ଦ୍ବିତୀକୃଷ୍ଣ ପଣ୍ଡା ପତାକା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସ ଉପରେ ମତ ରଖିଥିବା ବେଳେ ସାମ୍ବାଦିକଙ୍କ ସୁରକ୍ଷା ଓ ଜୀବିକାକୁ ନେଇ ମତବ୍ୟକ୍ତ କରିଥିଲେ। ତତ୍ ସହିତ ନିଜ ଲେଖାରେ କଲମ ମୁନରେ ନିରପେକ୍ଷତା ଲେଖନୀ ଚାଳନା ପାଇଁ ଆହ୍ଵାନ୍ ଦେଇଥିଲେ। ହିଞ୍ଜିଳି ବ୍ଲକ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ପତାକା ଉତ୍ତୋଳନ କରିଥିବା ବେଳେ ତହସିଲ କାର୍ଯ୍ୟାଳୟ ଠାରେ ତହସିଲଦାର ପ୍ରଭାତ କୁମାର ପରିଡ଼ା ପତାକା ଉତ୍ତୋଳନ କରିଥିଲେ। ଅନୁରୂପଭାବେ ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍. ଗିରିଧର,ହିଞ୍ଜିଳି ଥାନା ପରିସରରେ ଥାନା ଅଧିକାରୀ ଅଭିମନ୍ୟୁ ଦାସ, ପୌର ପରିଷଦ କାର୍ଯ୍ୟାଳୟ ଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ,ଉପଖଣ୍ଡ ଚିକିତ୍ସାଳୟ ଠାରେ ଡାକ୍ତର ପ୍ରତିଭା ପାତ୍ର, ଜେ.ଏମ.ଏଫ.ସି କୋର୍ଟ ପରିସରସରେ ବିଚାରପତି ଦୀପ୍ତିମୟୀ ସାହୁ,ଅଗ୍ନିଶମ ବିଭାଗ ଠାରେ ଗୌତମ ସାହୁ, ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତି ଲତା ମୁନୀ,କଂଚୁରୁ ଉଚ୍ଚ ବିଦ୍ୟାଳୟ ଠାରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରଘୁ ଅରକ୍ଷିତ ପଣ୍ଡା, ସମ୍ପାଦକ ତଥା ମଠାଧିସ ମହନ୍ତ ହରିହର ଦାସ ଓ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଜୟସେନ ମହାନ୍ତି ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିବା ବେଳେ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ପାଢ଼ୀ,କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ବିଦ୍ୟାଳୟର ଅଧ୍ୟକ୍ଷ,ଶାସନ ଆମ୍ବଗାଁ ସ୍ଥିତ ଆଦର୍ଶ ବିଦ୍ୟାଳୟ ଠାରେ ସ୍କୂଲ ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଏବଂ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ସମସ୍ତ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ସମେତ ବେସରକାରୀ ଅନୁଷ୍ଠାନ ମାନଙ୍କରେ କୋଭିଡ଼ ନିୟମ ପ୍ରକାରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।

Leave A Reply

Your email address will not be published.