ଚାକିରି ନକରି ରାଜନୀତିରେ ପ୍ରବେଶ କଲେ ରୀନା କବାସୀ ।

0 280

ମାଲକାନଗିରି,୨୨/୦୧(ପିପିଟି):ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ଦାଖଲ ରପେ ଧୀରେ ଧୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ବିଭିନ୍ନ ସ୍ଥାନରେ ଚର୍ଚ୍ଚା ଓ ଆଲୋଚନା ଜୋର ଧରିବାରେ ଲାଗିଛି । ବିଶେଷକରି ଯୁବପିଢିଙ୍କ ମଧ୍ଯରେ ନିର୍ବାଚନକୁ ନେଇ ବିଶେଷ ଆଗ୍ରହ ରହିଥିବା ଦେଖିବାକୁ ମିଳୁଛି । ସାରା ରାଜ୍ୟରେ ଯୁବପିଢିମାନଙ୍କୁ ଦଳ ଟିକେଟ ଦେଇ ନିଜର ପାରମ୍ପାରିକ ଆଭିମୁଖ୍ଯରେ ପରିବର୍ତ୍ତନ କରି ଦଳରେ ନୂତନ ଚେହେରାକୁ ହୋଇ ସାମ୍ନାକୁ ଆଣି ଚର୍ଚ୍ଚାର ପରିଧିକୁ ଆସୁଛି । ସେହି ପରି ମାଲକାନଗିରି ଭଳିଏକ ଆଦିବାସୀ ଅଧ୍ଯୁଷିତ ଜିଲ୍ଲାରେ ମଧ୍ୟ ଅନେକ ଶିକ୍ଷିତ ଯୁବପିଢି ରାଜନୀତି ରଣାଙ୍ଗନକୁ ଓହ୍ଲାଇ ଆସିଛନ୍ତି । ତନ୍ମଧ୍ଯରୁ ମାଲକାନଗିରି ଜିଲ୍ଲା କାଲିମେଳା – ୨ ଜୋନ ପାଇଁ ଜିଲ୍ଲା ପରିଷଦ ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ରୀନା କବାସି । ରୀନା ଜଣେ କୋୟା ଆଦିବାସୀ ସଂପ୍ରଦାୟର ଯୁବତୀ। ଦୁର୍ଗମ ଅଞ୍ଚଳ ରୂପେ ପରିଚିତ ତୁମ୍ବଗୁଡା ଗ୍ରାମରେ ତାଙ୍କର ଘର । ରୀନା କବାସି ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲା ପରେ କୋରାପୁଟର ଏକ ଘରୋଇ ଅନୁଷ୍ଠାନରେ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ପାଶ କଲେ । ୨୦୨୧ରେ ସେ ରେଲ୍‌ୱେରେ ଚାକିରି ପାଇଁ ଚୟନ ମଧ୍ୟ ହୋଇଥିଲେ । କିନ୍ତୁ ରୀନା ଚାକିରୀ ନ କରି କାଲିମେଳା– ୨ ଜୋନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେବେ ରୀନାଙ୍କ ସ୍ବପ୍ନ ରହିଛି ରାଜନୀତିକେ ଯୋଗଦେଇ ନିଜ ଅଞ୍ଚଳର ବିକାଶ କରିବା। ସେ ରେଲୱେ ଚାକିରି ଛାଡି ରାଜନୀତିକୁ ଆସିଥିବାରୁ ସର୍ବତ୍ର ଚର୍ଚ୍ଚା ହେଉଛି । ଭାଜପାରୁ ଟିକେଟ ପାଇ କାଲିମେଳା-୨ ଜୋନରୁ ପ୍ରାର୍ଥି ଭାବେ ଶୁକ୍ରବାର ଦିନ ସେ ନାମାଙ୍କନପତ୍ର ଦାଖଲ କରିଛନ୍ତି ।ଦଖା ଯାଉ ରୀନା କବାସୀ ଆଗାମୀ ନିର୍ବାଚନରେ ବିଜୟର ଧ୍ବଜା ଉଡାଇବେ କି ନାହିଁ ଭବିଷ୍ଯତ ଅପେକ୍ଷାରେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.