କାୟାକଳ୍ପ ଟିମ୍ ର ପାଇଲିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗସ୍ତ ।

0 276

ବେଲଗୁଣ୍ଠା,୧୮/୦୧(ପିପିଟି): ଆଜି ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରକୁ କାୟାକଳ୍ପ ଟିମ୍ ଗସ୍ତ କରି ସ୍ୱାସ୍ଥ୍ୟ କେନ୍ଦ୍ରର ପରିବେଶ ଏବଂ ପରିଚାଳନା ସମ୍ପର୍କିତ ଯାଞ୍ଚ୍ କରିଛନ୍ତି । ଭଞ୍ଜନଗର ଉପଖଣ୍ଡ ମେଡିକାଲ୍ ଅଧୀକ୍ଷକ ଡ଼ାକ୍ତର ସୀତାଂଶୁ ଶେଖର ଶତପଥୀଙ୍କ ନେତୃତ୍ୱରେ ଜୁନିୟର୍ ହସ୍ପିଟାଲ୍ ମ୍ୟାନେଜର୍ ବିଚିତ୍ର ପାଣିଗ୍ରାହୀ ଏବଂ ଟିମ୍ ମେଡିକାଲ୍ ରେ ପହଞ୍ଚି ମେଡିକାଲ୍ ର ସ୍ଵଚ୍ଛ ପରିବେଶ, ଔଷଧୀୟ ଉଦ୍ୟାନ,ଜଳ ନିଷ୍କାସନ ବ୍ୟବସ୍ଥା, ପାଚେରୀ ଦେଖିବା ସହିତ ବିଭିନ୍ନ କାଗଜପତ୍ର ଏବଂ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ କାର୍ଯ୍ୟଧାରାକୁ ଯାଞ୍ଚ କରିଥିଲେ । ଏହି ଟିମ୍ ମୁଖ୍ୟତଃ ମେଡିକାଲ୍ ର ଜୈବ ଆବର୍ଜନା ପରିଚାଳନା ଉପରେ ଅଧିକ ଗୁରୁତ୍ଵ ଦେଇଥିଲେ । କାୟାକଳ୍ପ ଟିମ୍ ପରିଦର୍ଶନ ସମୟରେ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ବେଲଗୁଣ୍ଠା ସ୍ଵାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ୱର ଷଡ଼ଙ୍ଗୀ, ପାଇଲିପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆୟୁଷ ଡାକ୍ତର ସରୋଜ ପ୍ରଧାନ, ବିପିଏମ୍ ଦୁର୍ଗାପ୍ରସାଦ ପଟ୍ଟନାୟକ, ଫାର୍ମାସୀଷ୍ଟ୍ ଇ ସନ୍ତୋଷ କୁମାରଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଟିମ୍ କୁ ସହଯୋଗ କରିଥିଲେ । ଏହି ଅବସରରେ କାୟାକଳ୍ପ ଟିମ୍ ଙ୍କ ଦ୍ୱାରା ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବୃକ୍ଷରୋପଣ କରାଯାଇଥିଲା । ପ୍ରକାଶ ଥାଉକି ପୂର୍ବରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରି ଆସେସମେଣ୍ଟ୍ ହୋଇ ସାରିଥିବା ବେଳେ ଆଜି କାୟାକଳ୍ପ ଟିମ୍ ଏହାର ଫାଇନାଲ୍ ଆସେସମେଣ୍ଟ୍ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.