ବେଗୁନିଆ,୩୧/୧୨(ପିପିଟି): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଗଡ଼ମାଣତୀର ଉପର ସାହିରେ ଆଜି ସନ୍ଧ୍ୟା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ସୂଚନାଯୋଗ୍ୟ କି ଗୁହାଳରେ ଗାଈ ଗୋରୁଙ୍କୁ ମଶା ନ ଲାଗିବା ପାଇଁ ଗତ ରାତିରେ ଦିଆଯାଇଥିବା ଧୂଆଁ ରୁ ନିଆଁ ଲାଗି ଏକ ଗର୍ଭଣି ଗାଈ ଗୁରୁତର ଆହତ ହୋଇଥିବା ବେଳେ ସେହି ଗାଈକୁ ଉଦ୍ଧାର କରିବାକୁ ଯାଇ ରାଘବ ଛୋଟରାୟଙ୍କ ପତ୍ନୀ ସବିତା ଛୋଟରାୟ ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଏହି ଖବର ପାଇ ଖୋର୍ଦ୍ଧା ଅଗ୍ନିଶମ ବିଭାଗ ପହଞ୍ଚି ଗାଈଟିକୁ ଉଦ୍ଧାର କରିଛନ୍ତି ଏବଂ ବେଗୁନିଆ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଛନ୍ତି।
(ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ। )
।