ପଦୋନ୍ନତିରେ ଚଞ୍ଚକତା ଅଭିଯୋଗ,ଅନଶନରେ ବସିଲେ ଅଙ୍ଗନୱାଡି କର୍ମୀ ।

0 266

ମାଲକାନଗିରି,୩୦/୧୨(ପିପିଟି): ପଦନ୍ନୋତିରେ ପାତର ଅନ୍ତର ନୀତି ଯୋଗୁଁ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଧାରଣାରେ ବସିଛନ୍ତି ଜଣେ ଅଙ୍ଗନୱାଡି କର୍ମୀ । ତାଙ୍କୁ ପଦୋନ୍ନତି ନମିଳିବା ପର୍ଯ୍ଯନ୍ତ ଆମରଣ ଅାମର ଅନଶନରେ ବସିବେ ବୋଲି ଗଣ ମାଧ୍ଯମ ଆଗରେ ପ୍ରକାଶ କରିଛନ୍ତି । ପୁଷ୍ପାଞ୍ଜଳୀ ସାମନ୍ତରାୟ,ପଡିଆ ଗ୍ରାମର ମୋଟୁମ ଗୁଡା ଅଙ୍ଗନୱାଡି କର୍ମୀ ଭାବେ ଦୀର୍ଘ ୩୨ ବର୍ଷ ଚାକିରୀ କରି ଆସୁଥିବା ବେଳେ ଗତ ୨୦୨୦ ମସ୍ହାରେ ଗ୍ରେଡେସନ ଲିଷ୍ଟ ପ୍ରକାଶ ପାଇଥିଲା । ସେହି ଲିଷ୍ଟରେ ପୁଷ୍ପଞ୍ଜଳୀଙ୍କ ନାମ ୨ ନମ୍ବରରେ ଥିଲା ବେଳେ ତାଙ୍କୁ ପଦୋନ୍ନତି ମିଳିନଥିଲା । ପୁନଶ୍ଚ ୨୦୨୧ରେ ପଦୋନ୍ନତି ପାଇଁ ଗ୍ରେଡେସନ ଲିଷ୍ଟ ପ୍ରକାଶ ପାଇଥିବା ବେଳେ ପୁଷ୍ପାଞ୍ଜଳୀଙ୍କ ନାମ ୧ ନମ୍ବରରେ ରହି ଥିଲା । କିନ୍ତୁ ଗ୍ରେଡେସନ ଲିଷ୍ଟର ୧୮ ନଂରେ ଥିବା ପ୍ରାର୍ଥିନୀଙ୍କୁ ଚଞ୍ଚକତା କରାଯାଇ ତାଙ୍କୁ ସୁପରଭାଇଜର ଭାବେ ପଦୋନ୍ନତି କରାଯାଇଛି । ପୁଷ୍ପାଞ୍ଜଳି ଅଭିଯୋଗ କରିଛନ୍ତି ଯେ ଜିଲ୍ଲା ସମାଜ ମଙ୍ଗଳର ଜଣେ କିରାଣୀ ୨ ଲକ୍ଷ ଟଙ୍କା ଲାଞ୍ଚ ପଦନ୍ନୋତି ପାଇଁ ମାଗିଥିଲେ । ସେ ଗରିବ ଯେତୁ ଏହି ଲାଞ୍ଚ ଦେବାରେ ସକ୍ଷମ ହୋଇ ନଥିଲେ ଏଣୁ ପଦନ୍ନୋତି ପାଇଁ ସେ ଯୋଗ୍ଯ ହୋଇଥିଲେ ମଧ୍ଯ ତାଙ୍କୁ ପଦୋନ୍ନତି ଦିଆଯାଇ ନାହିଁ ।ଯେତେ ଦିନ ପର୍ଯ୍ଯନ୍ତ ତାଙ୍କୁ ଏହି ସୁପରଭାଇଜର ପଦବୀ ମିଳି ନାହିଁ,ସେତେ ଦିନ ପର୍ଯ୍ଯନ୍ତ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଗଣଧାରଣାରେ ବସିବେ ଏବଂ ଶେଷରେ ଆତ୍ମାହୂତି ଦେବାକୁ ବାଧ୍ଯ ହେବେ ବୋଲି ପ୍ରକାଶ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.