ବୋଲଗଡ଼,୨୭/୧୨(ପିପିଟି): ସରକାରୀସ୍ତରରେ ମାଳ ମାଳ ଯୋଜନା ଥାଇ ମଧ୍ୟ ସତେଯେପରି ସାତସପନ ହୋଇପଡିଛି ବୋଲଗଡ଼ ବ୍ଳକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତାଳତୁମ୍ବ ଗ୍ରାମର ଦୃଷ୍ଟି ହୀନ କଳାକାର ମେରୁ ନାୟକ(୩୦) ପାଇଁ। ଜନ୍ମରୁ ଦୃଷ୍ଟି ହୀନହୋଇ ଥିଲାବେଳେ ଅଳ୍ପ ବୟସରୁ ବାପା ମା ଙ୍କୁ ହରାଇ ସେ ଅସହାୟ। ଘରକହିଲେ ଖଣ୍ଡିଏ ଭଙ୍ଗା ଦଦରା ଜରିପାଲ ଛପର ଘରଖଣ୍ଡିଏରେ ବିତୁଛି ଜୀବନ। ସେଥିରେ ପୁଣି ବିଜୁଳି ସାତସପନ। ଭଙ୍ଗାଖଂଜଣି ହେଉଛି ତାଙ୍କର ଏକମାତ୍ର ସାହାରା। ଗାୟିକା ଓ କଳାକୁ ଭରଷା କରି ଭିକମାଗି ଯେତିକି ମିଳେ ସେତିକିରେ ଦୁଇ ପ୍ରାଣୀ କଷ୍ଟେ ମଷ୍ଟେ ଚଳି ଯାଆନ୍ତି। ଗୀତ ଗାଇ ସ୍ଥାନୀୟ ଲୋକ ମାନଙ୍କର ମନକୁ ଜିଣି ପାରିଛନ୍ତି ସତ ହେଲେ ସରକାରୀ ଯୋଜନାରେ ପାଇ ପାରିନାହାଁନ୍ତି ଆବାସ ଯୋଜନା। ସରକାରୀ ଯୋଜନା କହିଲେ ବିକଳାଙ୍ଗ ଭତ୍ତା ବାବଦକୁ ପାଞ୍ଚଶହ ଟଙ୍କା ପହଞ୍ଚି ପାରିଛି। ତାଙ୍କ ପାଖରେ ସେସବୁ ସମୁଦ୍ରକୁ ଶଙ୍ଖେ ଭଳି। ତେଣୁ ତାଙ୍କୁ ସରକାରୀ ଯୋଜନା ର ରାସନକାଡ୍ ଓ ପକାଘର ଖଣ୍ଡିଏ ଏବଂ ପ୍ରୋତ୍ସାହନ ମିଳିପାରନ୍ତା ସେ ମୁଣ୍ଡ ଗୁଞ୍ଜିବାସହିତ ତାଙ୍କର କଳା ପଦର୍ଶନକରି ଲୋକମାନଙ୍କର ମନ ଜିଣିବା ସହିତ ଖୁସିରେ ବଞ୍ଚିପାରନ୍ତେ । ଏସବୁକୁ ଯଦି ସ୍ଥାନୀୟ ପ୍ରଶାସନ ଓ ସରକାର ଦୃଷ୍ଟି ନିକ୍ଷେପ କରି ବଞ୍ଚିତ ଥିବା ମେରୁ ନାୟକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଅନ୍ତେ । ତାହାଲେ ତାଙ୍କ ପାଖରେ ଥିବା କଳା ପଦର୍ଶନ ହେବା ସହ ଦୀର୍ଘ ଜୀବନ ବଞ୍ଚି ରହନ୍ତା।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)