ବେଲଗୁଣ୍ଠା,୨୬/୧୨(ପିପିଟି): ଆଜି ଭୋର୍ ସମୟରେ ଚାଳକର ଆଖି ଲାଖି ଯିବାରୁ ଗୋବରା ନିକଟରେ ଏକ ଟାଟା ମାକ୍ସିମା ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଡ଼୍ରାଇଭର ଜଣଙ୍କ ଆହତ ହୋଇ ଭଞ୍ଜନଗର ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସୂଚନା ପ୍ରକାରେ ଆଜି ବ୍ରହ୍ମପୁରରୁ ଭଞ୍ଜନଗର ଅଭିମୁଖେ ଯାଉଥିବା OD09Q8430 ନମ୍ବର୍ ବିଶିଷ୍ଟ ଏକ ମହିନ୍ଦ୍ରା ମାକ୍ସିମା ଗାଡ଼ିର ଡ୍ରାଇଭର ପୂର୍ଣ୍ଣ ଚନ୍ଦ୍ର ଗୌଡ଼ଙ୍କ ଭୋର୍ ତିନିଟା ସମୟରେ ଗୋବରା ନାଳ ନିକଟରେ ଆଖି ଲାଖି ଯାଇଥିଲା । ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ଉପରେ ହିଁ ଓଲଟି ପଡ଼ିବା ଯୋଗୁଁ ଡ଼୍ରାଇଭର ପୂର୍ଣ୍ଣ ଚନ୍ଦ୍ର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ପୂର୍ଣ୍ଣ ଚନ୍ଦ୍ରଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ୍ କୁ ପଠାଇଥିଲେ । ଗାଡ଼ିଟି ବ୍ରହ୍ମପୁରରୁ ମୁଜାଗଡ଼ ଯାଉଥିବ ସୂଚନା ମିଳିଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )