ଭଞ୍ଜନଗର,୧୭/୧୨(ପିପିଟି): ଓଡିଶା ସଂଗୀତ ନାଟକ ଏକାଡେ଼ମୀ ପକ୍ଷରୁ ଭାରତକା ଅମୃତ ମହୋତ୍ସବ ଆନୁକୁଲ୍ୟରେ ଭଞ୍ଜନଗର ଠାରେ ୩ ଦିନିଆ ଲୋକ ଗୀତ, ଲୋକ ନୃତ୍ୟ, ଲୋକ ବାଦ୍ୟ, ପାଲା ଓ ଦାସକାଠିଆ ମହୋତ୍ସବ ଆୟୋଜିତ ହେବ । ଡିସେମ୍ବର ୨୮,୨୯ ଓ ୩୦ ତାରିଖରେ ଏହି ମହୋତ୍ସବ ସ୍ଥାନୀୟ ଟାଉନ୍ ହଲ୍ ପରିସରରେ ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ବନ ବିଭାଗ ବିଶ୍ରାମ କକ୍ଷ ପରିସରରେ ଆୟୋଜିତ ହୋଇଯାଇଛି । ଏଥିରେ ଓଡିଶା ସଂଗୀତ ନାଟକ ଏକାଡେ଼ମୀର ଉପସଭାପତି ମନ୍ମଥ କୁମାର ଶତପଥୀ ଯୋଗଦେଇ କାର୍ଯ୍ୟକ୍ରମର ରୂପରେଖ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ପ୍ରତିଦିନ ୩ଟି ପର୍ଯ୍ୟାୟରେ ଏହି ମହୋତ୍ସବ ଅନୁଷ୍ଠିତ ହେବ । ଦିନ ୧୦ଟାରୁ ପ୍ରଥମେ ୨ଟି ପାଲା ଦଳ ସେମାନଙ୍କର କାର୍ଯ୍ୟକ୍ରମ ପରିବେଷଣ କରିବେ। ପରେ ଦିନ ୨ଟାରୁ ୪ଟା ଯାଏଁ ଦାଶକାଠିଆ ପରିବେଷଣ କରାଯିବ । ସନ୍ଧ୍ୟା ୬ଟାରୁ ରାତି ପ୍ରାୟ ୧୦ଟା ଯାଏଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକ ଗୀତ, ଲୋକ ନୃତ୍ୟ, ଲୋକ ବାଦ୍ୟ କଳାକାରମାନେ ସେମାନଙ୍କ କଳା ପରିବେଷଣ କରିବେ । ଏଥିପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ମହୋତ୍ସବରେ ରାଜ୍ୟ ତଥା ସର୍ବ ଭାରତୀୟ ସ୍ତରରେ ନାମ କରିଥିବା ବହୁ ବଛା ବଛା କଳାକାର ଅଂଶ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି । ଏହି ମହୋତ୍ସବର ସଫଳ ରୂପାୟନ ପାଇଁ ଆଜିର ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶୁଳପାଣି ଶତପଥୀ, ଉପେନ୍ଦ୍ର କୁମାର ଶତପଥୀ, ଲୋକନାଥ କର, ଅଜିତ୍ କୁମାର ଶତପଥୀ, ଜଗଦୀଶ ପାଣିଗ୍ରାହୀ, ପଞ୍ଚାନନ ପାଳ, ଜୟକୃଷ୍ଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Next Post