ଜିପିଏ ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ୧୯ରେ ।

0 288

ଭଞ୍ଜନଗର,୧୬/୧୨(ପିପିଟି):ଚକ୍ଷୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସେମାନେ ଉପଯୁକ୍ତ ଚିକିତ୍ସା ଅଭାବରୁ ହଇରାଣ ହେଉଛନ୍ତି।ଏହାକୁ ଦୃଷ୍ଟିରେ ରଖି ଘୁମୁସର ଫୋଟ ଗ୍ରାଫର ଆସୋସିଏସନ, ଭଞ୍ଜନଗର ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ,ସମର ଝୋଳର ମିଳିତ ଆନୁକୂଲ୍ୟରେ ଅଭିଜ୍ଞ ଡାକ୍ତର ମାନଙ୍କୁ ନେଇ ଆସନ୍ତା ୧୯ତାରିଖ ରବିବାର ଦିନ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଛି।ତେଣୁ ଏଥିନିମନ୍ତେ ଜିପିଏ ତରଫରୁ ଏକ ପ୍ରସ୍ତୁତି ବୈଠକ ଲଣ୍ଡେଇ ସାହି ୟୁନିକ ଡ୍ୟାନ୍ସ ଏକାଡେମୀ ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିପିଏ ସଭାପତି ଜୟକୃଷ୍ଣ ପଟ୍ଟନାୟକ, ଉପସଭାପତି ଚକ୍ରପାଣି ପ୍ରଧାନ,ସମ୍ପାଦକ ସାଗର ବେହେରା, କୋଷାଧ୍ୟକ୍ଷ ସମୀର ସ୍ଵାଇଁ, ଉପଦେଷ୍ଟା ବିରଞ୍ଚି ପ୍ରସାଦ ମିଶ୍ର, ସୁକୁ ମହାନ୍ତି,ସନ୍ତୋଷ କୁମାର ପଣ୍ଡା, କୁମାର ନାରାୟଣ ପଣ୍ଡା, ସମୀର ବେହେରା,ନିରଞ୍ଜନ ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ରହି କିଭଳି ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳର ଚକ୍ଷୁ ରୋଗୀମାନେ ଉପକୃତ ହୋଇପାରିବେ ସେ ବିଷୟରେ ଆଲୋଚନା କରି ସଦସ୍ୟମାନଙ୍କୁ ବିଭିନ୍ନ ଦାୟୀତ୍ୱ ବଣ୍ଟନ କରାଯାଇଛି। ଏହି ଶିବିରରେ ଚକ୍ଷୁ ପରୀକ୍ଷା ସହ ଔଷଧ ଓ ଅସ୍ତ୍ରୋପଚାର ଆଦି ସମ୍ପୂର୍ଣ୍ଣ ମାଗଣାରେ କରାଯିବ ବୋଲି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.