ବ୍ରହ୍ମପୁର,୦୯/୧୨(ପିପିଟି): ଛତ୍ରପୁର ବ୍ଲକର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତିର ମହିଳା ସଦସ୍ୟା ମାନେ ନିଜକୁ ବହୁ ସାମାଜିକ କାର୍ଯ୍ୟକ୍ରମରେ ନିୟୋଜିତ କରି ଅସହାୟ ବୃଦ୍ଧ ଦମ୍ପତିଙ୍କୁ ଥଇଥାନ, ଗରୀବ ଅସହାୟ ପରିବାରର ଝିଅ ବିବାହ ପାଇଁ ଆର୍ଥିକ ସହାୟତା, ଗରୀବ ପରିବାରର ଶୁଦ୍ଧି କ୍ରିୟା ପାଇଁ ଆର୍ଥିକ ସହାୟତା ପ୍ରଦାନ କରି ସବୁବେଳେ ଚର୍ଚ୍ଚା ରହି ବହୁ ପ୍ରଶଂସା ସାଉଁଟି ଥିବା ବେଳେ ଆଜି ଏକ ନିଆରା ପଦକ୍ଷେପ ନେଇଛନ୍ତି ଯାହା ସାରା ଓଡ଼ିଶାର ମହିଳାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ରକ୍ତ ର ଅଭାବରୁ କାହାରିକୁ ମରିବାକୁ ନ ଦେବା, ସମସ୍ତଙ୍କ ଜୀବନ ବହୁ ମୂଲ୍ୟବାନ, ରକ୍ତ ଦାନ ମହତ୍ ଦାନ ଉଦେଶ୍ୟ ନେଇ ଓଡ଼ିଶାର ପ୍ରଥମ ଥର ଛତ୍ରପୁରର ମହିଳା ଶକ୍ତି ପକ୍ଷରୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ରକ୍ତ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ, ଇନ୍ସପେକ୍ଟର ପ୍ରଦୀପ କୁମାର ଦାଶ ଓ ଡାକ୍ତର ସୁଦର୍ଶନ ସାହୁ ଯୋଗଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିବା ସହ ମାନ ପତ୍ର ପ୍ରଦାନ କରିଥିଲେ ଏବଂ ମହିଳା ଶକ୍ତିଙ୍କ ପକ୍ଷରୁ ଏହିପରି ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ କରିଥିବାରୁ ଭୂୟସୀ ପ୍ରଶଂସା କରିବା ସହ ଏହି ପରି ମହତ୍ କାର୍ଯ୍ୟ ପାଇଁ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି ବୋଲି କହିଛନ୍ତି । ଉକ୍ତ ଶିବିରରେ ମାଳତୀ ସାହୁ , ନମିତା ମହାରଣା , ସବିତା ଦାସ , ମନସ୍ବିନୀ ସାହୁ , ସଞ୍ଜୁକ୍ତା ସାହୁ , ଗୀତା ଖୁଣ୍ଟିଆ,ଗାୟତ୍ରୀ ରେଡ୍ଡୀ , ଶୈଳବାଳା ରଥ , ଏନ୍ ପୁଷ୍ପାଞ୍ଜଳି , ସଂଯୁକ୍ତା ନାୟକ ସମେତ ଅନ୍ୟମାନେ ସ୍ଵେଛାଚାରୀ ଭାବେ ଯୋଗଦେଇ ମୋଟ ୩୦ ଜଣ ରକ୍ତ ଦାନ କରିଥିଲେ । ଅନୁସାୟା ନାୟକ , ସଙ୍ଗୀତା ଦଳାଇ , ଉର୍ମିଳା ପ୍ରଧାନ, ମିତାଞ୍ଜଳି ଗୌଡ , ଇ.କମଳା ,ଭି.ପଦ୍ମା ଓ ମିନତି ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିବା ବେଳେ ଛତ୍ରପୁର ପ୍ରେସ କ୍ଲବର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )
Next Post