ପଶ୍ଚିମ ଓଡିଶା ଯୁବା ମଞ୍ଚ ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ।

0 262

ଉଲୁଣ୍ଡା,୦୨/୧୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଅଇଁଲାଛାଟ ଗ୍ରାମରେପ୍ରଖ୍ୟାତ ଚଳଚିତ୍ର “ସଲାବୁଢ଼ା”ର ଅଭିନେତା ସ୍ବର୍ଗତ ଡ. ଅଟଳ ବିହାରୀ ପଣ୍ଡା ଙ୍କ ଜନ୍ମଦିନ ଅବସରରେ ପଶ୍ଚିମ ଓଡିଶା ଯୁବା ମଞ୍ଚ,ସୁବର୍ଣ୍ଣପୁର ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନିସ୍ଥିତ ହୋଇଯାଇଛି ।ଏହି ଶିବିରରେ ଉଲୁଣ୍ଡା ଥାନା ଆଇଆଇସି ଚନ୍ଦ୍ରମୋହନ ସିଂ ମୁଖ୍ୟ ଅତିଥି,ସରପଞ୍ଚ ଦୁର୍ଯ୍ୟୋଧନ ପର୍ଡ଼ିଆ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରମେଶ ମାହାର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଉଦ୍‌ଘାଟନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ଶିବିରରେ ୫ଜଣ ମହିଳା ରକ୍ତଦାତାଙ୍କୁ ମିଶାଇ ମୋଟ ୬୫ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ରକ୍ତଦାତା ସଙ୍ଘ ସଭାପତି ମନୋଜ କୁମାର ପଣ୍ଡା,ସମ୍ଭୁରାଜ କର୍ଣ୍ଣ,ନିରାକାର ମେହେର,ଚୈତନ୍ୟ ବେହେରା,କଷ୍ଟ ଦୀପ,ଉତ୍ତର ଭୁକ୍ତ, ସନ୍ତୋଷ ମେହେର ପ୍ରମୁଖ ଉପସ୍ଥିତ ରହି ଏହି ଶିବିରକୁ ପରିଚାଳନାରେ ସହଯୋଗ କରିଥିଲେ ।
(ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.