ମାଲକାନଗିରି,୨୯/୧୧(ପିପିଟି): ଗତ କାଲି ଓର୍କେଲ ପୋଲିସ ରାତ୍ରକାଳିନ ପେଟ୍ରୋଲିଂ କରୁଥିବା ସମୟରେ ୧୦୪ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣ ଗଞ୍ଜେଇ ଚାଲାଣକାରୀ ଆସାମୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । କିଛି ଦିନର ନିବରତା ପରେ ପୁନଶ୍ଚ ମାଲକାନଗିରି ଜିଲ୍ଲାରୁ ଗଞ୍ଜେଇ ଚାଲାଣ କାରବାର ପୁନଶ୍ଚ ବ୍ଯାହତ ରହିଛି Iଗତ କାଲି ନନ୍ଦିଗୁଡା-ଚାଲାଣଗୁଡା ରାଜ୍ଯରାଜ ପଥ -୪୭ ରେ କୁଡୁମୁଲଗୁମ୍ମା ଫାଣ୍ଡି ପୋଲିସ ଏବଂ ଓର୍କେଲ ପୋଲିସ ମିଳିତ ଭାବେ ରାତ୍ର କାଳିନ ପେଟ୍ରୋଲିଂ କରିବା ସମୟରେ ୩ଟି ମୋଟର ସାଇକେଲ ସହ ୧୦୪ କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ଓର୍କଲ ପୋଲିସ ୨ ଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ପୋଲିସ ଗିରଫ କରିଛି । ସେମାନେ ହେଲେ କୋରାପୁଟ ଜିଲ୍ଲା ମାଛକୁଣ୍ତ ଥାନା ଅନ୍ତର୍ଗତ ଯୋଡାମ୍ବ ଗ୍ରାମର ଭୀମ ମାଡି ଏବଂ ବୈପାରୀଗୁଡା ଅନ୍ତର୍ଗତ ବାଟ୍ରିପୁଟ ଗ୍ରାମର ମାଧବ ପରଜା । ଏହି ଦୁଇ ଜଣ ବାଇକ ଯୋଗେ ଗଞ୍ଜେଇ କୁଡୁମୁଲଗୁମ୍ମା ଅଞ୍ଚଳରୁ ଖଇରପୁଟକୁ ଚାଲାଣ କରୁଥିଲେ । ଏଥି ପାଇଁ ଓର୍କେଲ ଥାନାରେ ଆସାମୀଙ୍କ ବିରୁଦ୍ଧରେ ମାମଲା ଋଜୁ କରାଯାଇ ଆଜି ଉଭୟଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପ୍ରକାଶ କରିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମଲକାନଗିରି)