ଧାନ କ୍ରୟ ଲାଗି ମହିଳା ସ୍ବୟଂ ସହାୟକଙ୍କୁ ଅଣଦେଖା ।

0 327

ମାଲକାନଗିରି,୨୪/୧୧(ପିପିଟି):ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏଥି ନିମନ୍ତେ ମିଶନ ଶକ୍ତି ସ୍ୱତନ୍ତ୍ର ଭାବେ ଦାୟିତ୍ୱ ନେଇ ପ୍ରତ୍ୟେକ ଜିଲ୍ଲାରେ କାର୍ଯ୍ଯ କରିଆସୁଅଛି । ତେବେ ମାଲକାନଗିରି ଜିଲ୍ଲାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପ୍ରତି କୁଚକ୍ରାନ୍ତ କରି ଯୋଗାଣ ବିଭାଗ ଓ ଲ୍ୟାମ୍ପଗୁଡିକ ମଧ୍ଯରେ ମଧୁଚନ୍ଦ୍ରିକା ଯୋଗୁଁ ମହିଳାମାନଙ୍କୁ ମଣ୍ଡିଗୁତିକରେ ଧାନକ୍ରୟ କରିବାରୁ ସଂପୂର୍ଣ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗତ ଦୁଇବର୍ଷ ଧରି ମାଲକାନଗିରି ଜିଲ୍ଲାରେ କିଛି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୱାବଲମ୍ବି କରିବା ନିମନ୍ତେ ଧାନ ମଣ୍ଡି ପରିଚାଳନାର ଦାୟିତ୍ୱ ଦିଆଯାଇଥିଲା। ତତ୍କାଳୀନ ଜିଲ୍ଲାପାଳ ମହିଳାମାନଙ୍କୁ ସ୍ୱାବଲମ୍ବି କରିବା ନିମନ୍ତେ ପ୍ରାଥମିକ ସ୍ତରରେ ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନମଣ୍ଡି ପରିଚାଳନା କରିବା ନିମନ୍ତେ ଦାୟିତ୍ୱ ଦେଇଥିଲେ ଏବଂ ଆଗାମୀ ଦିନରେ ଆଉ କିଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସିମିଲ କରାଯାଇ ଧାନମଣ୍ଡି ପରିଚାଳନା ଦାୟିତ୍ୱ ଦେବାର ଯୋଜନା ରହିଥିଲା। ମାତ୍ର ଚଳିତବର୍ଷ ସରକାରଙ୍କ ମିଶନ ଶକ୍ତି ଦ୍ବାରା ଧାନ କ୍ରୟ ଲାଗି ମାଲକାନଗ୍ରି ଜିଲ୍ଲାପାଳଙ୍କୁ ପତ୍ର ଦ୍ବାରା ନିର୍ଦ୍ଦେଶ ଥିବା ବେଳେ ମାଲକାନଗିରି,କୋରୁକୋଣ୍ଡା, କାଲିମେଳା ଓ ପଡିଆ ବ୍ଲକର ମୋଟ ୨୩ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଧାନ ମଣ୍ଡି ପରିଚାଳନା କରିବା ନିମନ୍ତେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲ । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ୨୩ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରୁ ୧୨ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଚୟନ କରାଯାଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠା ଯାଇଥିଲା । ତେବେ ଜିଲ୍ଲା ଯୋଗାଣ ଅଧିକାରୀ ଏହି ଗୋଷ୍ଠୀମାନଙ୍କୁ ଧାନ ମଣ୍ଡି ପରିଚାଳନା ଦାୟିତ୍ୱ ନ ଦେବା ନିମନ୍ତେ ଲ୍ୟାମ୍ପ ସହିତ ମିଶି କୁଚକ୍ରାନ୍ତ କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଅଭିଯୋଗ କରିଛନ୍ତି । ତାଙ୍କ କହିବା ଅନୁସାରେ ଏହି ମହିଳା ଗୋଷ୍ଠୀମାନେ ଗତ ଜୁନ୍ ମାସରେ ଧାନମଣ୍ଡି ପରିଚାଳନା ନିମନ୍ତେ ଆବେଦନ କରିଥିଲୋ ଏହାକୁ ଆଖି ଆଗରେ ରଖି ଜୁଲାଇ ମାସ ୧୭ ତାରିଖ ଦିନ ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଲ୍ୟାମ୍ପସ୍ କର୍ମଚାରୀ ମିଳିତ ଭାବେ କୁଚକ୍ରାନ୍ତ କରି କିଛି ଲୋକଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ଯଳୟରେ ଆଣି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଧାନମଣ୍ଡି ନ ଦେବା ନିମନ୍ତେ ଅଭିଯୋଗ କରାଇଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଅଭିଯୋଗ କରି ଆସୁଥିଲୋ ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କିଛିଦିନ ପାଇଁ ଏହାକୁ ଘଣ୍ଟ ଘୋଡାଇ ଦିଆଯାଇଥିଲ। ପରବର୍ତ୍ତୀ ସମୟରେ ଯୋଗାଣ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଯାଞ୍ଚ କରାଯାଇ ତଥ୍ୟ ପ୍ରଦାନ କରା ଯାଇଥିଲ। ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ତରଫରୁ ଭର୍ଚୁଆଲ ବୈଠକ ମାଧ୍ୟମରେ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଧାନମଣ୍ଡି ପରିଚାଳନା ଦାୟିତ୍ୱ ଦେବା ନିମନ୍ତେ ନିର୍ଦ୍ଦେଶ ଦିଆ ଯାଇଥିଲ।।
ଚଳିତ ବର୍ଷ ୩୮୦୮୧ ଜଣ ଚାଷୀ ଧାନ ବିକ୍ରି କରିବା ନିମନ୍ତେ ନାମ ପଞ୍ଜୀକରଣ କରିଥିବା ବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୬୫ଟି ଧାନମଣ୍ଡି ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ କ୍ରୟ କରିବାର ବ୍ୟବସ୍ଥା ରହିଛି। ପ୍ରଥମ ପର୍ଯ୍ୟାୟରେ ୯,୩୫,୮୨୦ କ୍ୱିଣ୍ଟାଲ ଧାନ କିଣା ଯିବାର ବ୍ୟବସ୍ଥା ରହିଛିା ଏହାକୁ ଆଖି ଆଗରେ ରଖି ଚଳିତ ମାସ ୯ ତାରିଖ ଦିନ ଜିଲ୍ଲା ଧାନ ସଂଗ୍ରହ କମିଟି (ଡି.ଏଲ୍‌.ପି.ସି.) ବୈଠକରେ ଏହି ଗୋଷ୍ଠୀମାନଙ୍କୁ ମଣ୍ଡି ପରିଚାଳନା କରିବା ନିମନ୍ତେ ସୁପାରିଶ କରା ଯାଇଥିବାବେଳେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଧାନମଣ୍ଡି ପରିଚାଳନା କରିବା ପାଇଁ ଦାୟିତ୍ୱ ଦେବା ନିମନ୍ତେ ବୈଠକରେ ପ୍ରକାଶ କରିଥିଲୋ ପରବର୍ତ୍ତୀ ସମୟରେ ବିଭିନ୍ନ ଆଳ ଦେଖାଇ ଏହି ଗୋଷ୍ଠୀମାନଙ୍କୁ ଚଳିତ ବର୍ଷ ଧାନମଣ୍ଡି ପରିଚାଳନା ଦାୟିତ୍ବ ପ୍ରଦାନ କରାଯାଇନଥିବା ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ ପ୍ରକାଶ କରିଛନ୍ତିା ତାଙ୍କ କହିବା ଅନୁସାରେ ସ୍ବୟଂ ସହାୟକ ଗୋଷ୍ଠୀମାନେ ଆବେଦନ କରିବା ପରେ ଯାଞ୍ଚ ପ୍ରକ୍ରିୟାରେ ବିଳମ୍ବ ହୋଇଛି, ବର୍ତ୍ତମାନ ଆଉ ସମୟ ନାହିଁ, ଆଗାମୀ ବର୍ଷ ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଧାନ କ୍ରୟ ନିମନ୍ତେ ଦାୟିତ୍ୱ ଦିଆ ଯିବ ବୋଲି ସେ ପ୍ରକାଶ କରିଛନ୍ତିା ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଭାବେ ଅଣଦେଖା କରାଯାଉଥିବା ଜଣାପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.