ବ୍ରହ୍ମପୁର,୧୨/୧୧(ପିପିଟି) :ସ୍ଥାନୀୟ କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ”ର ଦ୍ଵିତୀୟ ପ୍ରତିଷ୍ଠା ଦିବସ ଅବସରରେ ବାର୍ଷିକୋତ୍ସବ ପାଳନ ପ୍ରସ୍ତୁତି ବୈଠକ ଶୁବ୍ବାରାଓ ଛକ ସ୍ଥିତ ଶ୍ରୀ ଜଗନ୍ନାଥ ଚିତ୍ରାଳୟ ପରିସରରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ଘୋଷିତ ରାଜନୈତିକ ଓଡ଼ିଶା ବନ୍ଦ ଡାକରା ଓ ଖରାପ ପାଗ ନେଇ ଆଜି ପାଳିତ ହେବାକୁ ଥିବା ବାର୍ଷିକୋତ୍ସବ ଚଳିତ ମାସ ଚଉଦ ତାରିଖ ରବିବାର ଦିନ ତମାମ ସ୍ଥାନୀୟ ପ୍ରକାଶମ୍ ହଲ୍ ଠାରେ ପାଳନ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ସଂଯୋଗ ବଶତଃ ଆଜି ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଜନ୍ମଦିବସ ହେତୁ ତାଙ୍କୁ ଆନୁଷ୍ଠାନିକ ଭାବେ ତାଙ୍କ ଏକଷଠିତମ ଜନ୍ମଦିନ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରାଯାଇଥିଲା । ସଂଘ ପ୍ରସ୍ତୁତି ପକେଟ୍ କ୍ୟାଲେଣ୍ଡର ୨୦୨୨କୁ ସଭାପତି ଡ଼ା. ସାହୁ ଲୋକାର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସର୍ବଶ୍ରୀ ବଳଦେବ ସାହୁ, କୁନୁ ବେହେରା, ଦେବେନ୍ଦ୍ର ପ୍ରସାଦ ଶର୍ମା, ବଳରାମ ମହାପାତ୍ର, ତେଜରାଜ ପ୍ରଧାନ, ଗୀତା ସ୍ୱାଇଁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭିକ ସୂଚନା ଓ ସବା ଶେଷ ଧନ୍ୟବାଦ ଅର୍ପଣ କରିଥିଲେ ମହାସଚିବ ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍ ।