ପାକ୍ଷିକ ସଞ୍ଚୟ-୨୦୨୧ନିମନ୍ତେ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ।

0 255

ଛତ୍ରପୁର,୦୯/୧୧(ପିପିଟି): ଚଳିତ ୨୦୨୧ ବର୍ଷର ପାକ୍ଷିକ ସଞ୍ଚୟ ଅକ୍ଟୋବର ୩୧ ତାରିଖ ଠାରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଅଛି । ଏହି ଉପଲକ୍ଷେ ଷଷ୍ଠ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ (କନିଷ୍ଠ ବର୍ଗ) ଏବଂ ନବମ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ (ବରିଷ୍ଠ ବର୍ଗ) ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । “ଜୀବନରେ ସ୍ବଳ୍ପ ସଞ୍ଚୟ ସହ ଆର୍ଥିକ ସ୍ବାକ୍ଷରତା ଭୂମିକା” ବିଷୟ ବସ୍ତୁ ନେଇ ଏହି ପ୍ରତିଯୋଗିତାଟି ଅନୁଷ୍ଠିତ ହୋଇଥିଲା । ଷଷ୍ଠ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପ୍ରତିଯୋଗିତାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଗଜପତି ନଗର, ବ୍ରହ୍ମପୁରର ଛାତ୍ର ତେଜେଶ୍ବର ସେଠୀ ପ୍ରଥମ, ଡି.ଏ.ଭି. ପବ୍ଲିକ୍ ସ୍କୁଲ ବ୍ରହ୍ମପୁରର ଛାତ୍ର କାଳୀ ପ୍ରସାଦ ପାଢୀ ଦ୍ବିତୀୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରାମହରି ନଗର, ଛତ୍ରପୁରର ଛାତ୍ରୀ ଅଭିପ୍ସା ପ୍ରିୟଦର୍ ନେପାକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ନବମ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ସରସ୍ବତୀ ଶିଶୁ ମନ୍ଦିର ନୀଳକଣ୍ଠ ନଗର, ବ୍ରହ୍ମପୁରର ଛାତ୍ରୀ ଅନନ୍ୟା ରଏ ପ୍ରଥମ ସ୍ଥାନ, ମହିଳା ବିଜ୍ଞାନ ମହାବିଦ୍ୟାଳୟ ଛତ୍ରପୁରର ଛାତ୍ରୀ ରିଶିକା ମିଶ୍ର ଦ୍ବିତୀୟ ସ୍ଥାନ ଏବଂ ସରସ୍ବତୀ ଶିଶୁ ମନ୍ଦିର ନୀଳକଣ୍ଠ ନଗର, ବ୍ରହ୍ମପୁରର ଛାତ୍ରୀ ଆୟୁଷ୍ମତୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀଙ୍କୁ ୧୫୦୦ ଟଙ୍କା, ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀଙ୍କୁ ୧୦୦୦ଟଙ୍କା ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀଙ୍କୁ ୫୦୦ଟଙ୍କା ପୁରସ୍କାର ଅର୍ଥରାଶି ପ୍ରଦାନ କରାଯିବ । କୋଭିଡ୍ ନିୟମ ଅନୁପାଳନ କରି ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ଅର୍ଥ ବିଭାଗୀୟ ପୂର୍ବତନ ଅଣ୍ଡର ସେକ୍ରେଟାରୀ ଶିଶିର କୁମାର ସାହୁ ଅଶୋକ କୁମାର ଚୌଧୁରୀ, ଅରୁଣ କୁମାର ଶତପଥୀ, ବସନ୍ତ କୁମାର ପାଢୀ, ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ଶଙ୍କର୍ଷଣ ପଟ୍ଟନାୟକ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହି ବିଚାରକ ଭାବେ ଦାୟୀତ୍ବ ନିର୍ବାହ କରିଥିଲେ ।

Leave A Reply

Your email address will not be published.