ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ବାସନ୍ଦ ନେଇ ପୋଲସରାରେ ରାଲି ଓ କୁଶପୁତ୍ତଳିକା ଦାହ ।

0 273

ପୋଲସରା, ୦୮/୧୧(ପିପିଟି): ସୋମବାର ଦିନ ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ଠାରେ ବିଜେପି ତରଫରୁ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଏବଂ ଗିରଫ କରିବା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ବାସନ୍ଦ କରାଯିବାକୁ ନେଇ ସହରରେ ଏକ ରାଲି କରାଯାଇଥିଲା । ପରେ ବ୍ଲକ୍ କାର୍ଯ୍ୟାଳୟ ପରିସର ରେ ରାଲି ପହଞ୍ଚିବା ପରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ଦଳୀୟ ନେତା ପୀତବାସ ପ୍ରଧାନଙ୍କ ସଂଯୋଜନାରେ ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ଓ ଉପସଭାପତି ପ୍ରଭାକର ପଣ୍ଡା , ଘୁମୁସର ଜିଲ୍ଲା ଯୁବମୋର୍ଚ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା ,ହାତୀଓଟ ମଣ୍ଡଳ ସଭାପତି ଦୀପକ କୁମାର ପ୍ରଧାନ ପ୍ରମୁଖ କଳାହାଣ୍ଡି ଜିଲ୍ଲାର ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଦଳରୁ ବହିଷ୍କାର ଓ ଗିରଫ କରିବା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରତେକ କାର୍ଯ୍ୟକ୍ରମରେ ବାସନ୍ଦ କରିବାକୁ ଲଢେଇ ଜାରି ରହିବ ଆଗକୁ ବୋଲି କହିଥିଲେ । ଏଥି ସହ ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ଭୁସୁଡି ପଡିଥିବା ଯୋଗୁଁ ମହିଳା ଓ ଶିଶୁ ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବାକୁ ନେଇ ଭର୍ଚ୍ଛନା କରିଥିଲେ । ପରେ ମନ୍ତ୍ରୀ ଦିବ୍ୟଶଙ୍କର ବ୍ଲକ୍ କାର୍ଯ୍ୟାଳୟ ପରିସର ବାହାରେ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ପ୍ରତିବାଦ ସଭା ସମୟରେ ପୋଲସରା ଏବିଡ଼ିଓ ଧର୍ମରାଜ ପରିଡା ଉପସ୍ଥିତ ଥିବାବେଳେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୁରୁଷୋତ୍ତମପୁର ଉପଖଣ୍ଡ ପୋଲିସ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ ଓ ପୋଲସରା ଥାନା ଆଇ.ଆଇ.ସି ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ଫୋର୍ସ ମୃତୟନ ହୋଇଥିଲେ । କାର୍ଯ୍ୟକ୍ରମ ରେ ଦଳର ଭଗବାନ ସାହୁ , ରଘୁନାଥ ପଣ୍ଡା,ସନ୍ତୋଷ ମଲ୍ଲିକ, ଭାସ୍କର ନାୟକ ,ଦିନବନ୍ଧୁ ସାହୁ , ସିମାଞ୍ଚଳ ସାହୁଙ୍କ ସମେତ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ କର୍ମୀ ଓ ସମର୍ଥକ ମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.