ମହାନ୍ ସଂଘ ସମ୍ପାଦକଙ୍କ ପିତୃ ବିୟୋଗ ରେ ଶୋକ।

0 617

ବ୍ରହ୍ମପୁର,୦୭/୧୧:ବିଶିଷ୍ଟ ବ୍ୟବସାୟୀ ତଥା ମହାନ୍ ସଂଘ ସାଧାରଣ ସମ୍ପାଦକ ଓ ରୋନାଲ୍ଡ ଏଯୁକେଶନ ଗ୍ରୁପ ର ସମ୍ପାଦକ କେ ପ୍ରସାନ୍ତ କୁମାର ପାତ୍ରଙ୍କ ପିତା ବାଣପୁର ନିବାସୀ କେ ବ୍ରଜ ସୁନ୍ଦର ପାତ୍ରଙ୍କ ୮୪ ବର୍ଷ ବୟସରେ ଆଜି ଅପରାହ୍ନରେ ରେ ପରୋଲୋକ ଘଟିଛି। ସ୍ୱର୍ଗତ ପାତ୍ର ଜଣେ ଜଣାଶୁଣା ପ୍ରତିଷ୍ଠିତ ବ୍ୟବସାୟୀ ସହ ସମାଜସେବୀ ଓ ପରୋପକାରୀ ମଣିଷ ଥିଲେ ।ସେଶସଜ୍ୟ ସମୟରେ ଚାରି ପୁତ୍ର ପ୍ରଭାତ, ଶରତ, ପ୍ରସାନ୍ତ ଓ ସୁଶାନ୍ତ ପାତ୍ର ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ। ତାଙ୍କରି ବିୟୋଗରେ ମହାନ୍ ସଂଘ ପରିବାର ସହ, ସଭାପତି ସୁଶାନ୍ତ କୁମାର ସାବତ ଗଭୀର ଶୋକ ପ୍ରକାଶ କରିଥିବା ସହ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି । ଶ୍ରୀ ପାତ୍ରଙ୍କ ବିୟୋଗ ରେ ହରିପ୍ରସାଦ ମଲାନା, ପ୍ରଦୀପ କୁମାର ପଣ୍ଡା, କିରଣବାଳା ମିଶ୍ର, ହରିକୃଷ୍ ମିଶ୍ର, ଦେବିପ୍ରଭା ରଥ, ପ୍ରକାଶ ଭାଜନୀ, ରବି କୁମାର ଗୁପ୍ତା, ଶ୍ରୀକାନ୍ତ ସାବତ, ପି ବୁଚି ବାବୁ ପ୍ରମୁଖ ସମେତ ବହୁ ଅନୁଷ୍ଠାନ, ବିଶିଷ୍ଟ ବ୍ୟକ୍ତି ନିଜର ସମବେଦନା ଜଣାଇଛନ୍ତି।

Leave A Reply

Your email address will not be published.