ଗ୍ଯାସ ଓ ତୈଳଦର ବୃଦ୍ଧିକୁ ବିରୋଧ କରି ବିଜେଡି ପକ୍ଷରୁ ବିକ୍ଷୋଭ।

0 434

କବିସୂର୍ଯ୍ୟନଗର, ୦୧/୧୧(ପିପିଟି): ଦେଶରେ ବାରମ୍ବାର ଗ୍ଯାସ ଓ ତୈଳଦର ବୃଦ୍ଧି, ତୈଳଦର ବୃଦ୍ଧି ଯୋଗୁଁ ନିତ୍ଯବ୍ଯବହାର୍ଯ୍ଯ ଜିନିଷର ମୂଲ୍ଯ ବୃଦ୍ଧି ସାଧାରଣ ଲୋକଙ୍କ ଜୀବନ ଯାପନ ଉପରେ ପ୍ରଭାବ ପଡୁଛି । ଏହି ମୂଲ୍ଯ ବୃଦ୍ଧିକୁ ବିଜେଡି ପକ୍ଷରୁ ବିରୋଧ କରି କବିସୂର୍ଯ୍ୟନଗର ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ବିକ୍ଷୋଭ କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମୀଳା ବିଶୋଇ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢୀ, ପୂର୍ବତନ ନଗରପାଳ ଲକ୍ଷ୍ମୀପ୍ରିୟା ସାହୁ, ଯୁବ ନେତା ଅଶ୍ବିନୀ କୁମାର ସ୍ୱାଇଁଙ୍କ ସମେତ ବିଜେଡ଼ିର ଅନ୍ଯ କର୍ମକର୍ତ୍ତା ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ସମାଲୋଚନା କରିଥିଲେ।

(ରିପୋର୍ଟ- ଉମାଚରଣ ପଟ୍ଟନାୟକ। )

Leave A Reply

Your email address will not be published.