କୋଶଲୀ ସାହିତ୍ୟ ପତ୍ରିକା “କଦମଫୁଲ” ର ଉନ୍ମୋଚନ ଉତ୍ସବ,ଆଲୋଚନା ଚକ୍ର ଏବଂ କବିତା ପାଠୋତ୍ସଵ ଅନୁଷ୍ଠିତ ।

0 261

ଉଲୁଣ୍ଡା,୦୧/୧୧(ପିପିଟି):କଦମଫୁଲ ସାହିତ୍ୟ ସଂସଦ ବିରମହାରାଜପୁର ଆନୁକୁଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସତ୍ୟବାଦୀ ଜୁନିୟର କଲେଜ,କଳାପଥର ସଭାଗୃହରେ ଦିବସବ୍ୟାପୀ ଛଅ ମାସିକ କୋଶଲୀ ସାହିତ୍ୟ ପତ୍ରିକା ର ଦ୍ଵିତୀୟ ସଂଖ୍ୟା ଉନ୍ମୋଚନ ଉତ୍ସବ ଆଲୋଚନା ଚକ୍ର ଓ କବିତା ପାଠୋତ୍ସଵ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୋଶଳୀ ଭାଷା ସାହିତ୍ୟ ଉପରେ ଏକ ଆଲୋଚନା ଚକ୍ର ହୋଇଥିଲା ।ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ, ପତ୍ରିକା ‘କଦମଫୁଲ’ ଏବଂ ଯୁବକବି ଯୁଧିଷ୍ଠିର ଖମାରୀଙ୍କ ପ୍ରବନ୍ଧ ପୁସ୍ତକ ‘ତିରିଶ ଦିନେ ସାଫୁଲ ହେବାର ତରିକା’ ଉନ୍ମୋଚନ କରାଯାଇଥିଲା । ଗାୟତ୍ରୀ ଆବାସିକ ଶିକ୍ଷାନିକେତନର ପ୍ରଧାନ ଶିକ୍ଷକ ପଙ୍କଜ ଖମାରୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବରିଷ୍ଠ ଲେଖକ ,ଐତିହାସିକ ତଥା ସଂଗ୍ରାହକ ନିମାଇଁ ଚରଣ ପାଣିଗ୍ରାହୀ ମୁଖ୍ୟ ଅତିଥି,ଶିକ୍ଷାବିତ ବ୍ରଜମୋହନ ଦାନୀ, କୋଶଲ ସାହିତ୍ୟ ଓ ସଂସ୍କୃତି ଏକାଡେମୀ,ସୋନପୁର ସଭାପତି ଗୋରେଖ ନାଥ ସାହୁ,ମହକ ନାଟ୍ୟ ଅନୁଷ୍ଠାନ,ପଲସାଗୋରା ସମ୍ପାଦକ ଦିଲୀପ କୁମାର ମହାନ୍ତି,କଥାକାର ଭାଷା ଗବେଷକ ଭାଗିରଥ ରଥ ପ୍ରମୁଖ ସମ୍ମାନିତ ଅତିଥି ଏବଂ କୋଶଲି ଭାଷା ସାହିତ୍ୟର ଅନନ୍ୟ ସାରଥୀ ତଥା ଯୁବକବି ଭାଷାବିତ ଡକ୍ଟର ସାକେତ ଭୂଷଣ ସାହୁ ମୁଖ୍ୟବକ୍ତା ଭାବରେ ଯୋଗଦେଇ କୋଶଲୀ ଭାଷା ସାହିତ୍ୟର ବିଭିନ୍ନ ଦିଗ ଉପରେ ଅଲୋଚନା କରଥିଲେ ।ଯୁବକବି ରାଧେଶ୍ୟାମ ମିଶ୍ର ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ‘କଦମଫୁଲ’ ପତ୍ରିକାର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ଯୁଧିଷ୍ଠିର ଖମାରୀ ବିବରଣୀ ପାଠ କରିଥିଲେ ।ଅପରାହ୍ନ ଦ୍ଵିତୀୟ ଅଧିବେଶନ ରେ କବି ଲକ୍ଷ୍ମୀ ନାରାୟଣ ସାହୁ ଏବଂ କବୟିତ୍ରୀ ଦେବଯାନୀ ମେସୁଆଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ହୃଷିକେଶ ଚାନ୍ଦ,ମନୋଜ କୁମାର ମହାନ୍ତି,ଈଶ୍ୱର ଚନ୍ଦ୍ର ସାହୁ,ଅତିଥି ଭାବରେ ଯୋଗଦେଇ କବିମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ କୋଶଲାଞ୍ଚଳର ବହୁ କୋଶଲୀ କବି ଯୋଗଦେଇ ସ୍ବ ରଚିତ କବିତା ଆବୃତି କରିଥିଲେ । ଶେଷରେ ଯୁବକବି ବାଙ୍କ ବିହାରି ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର କର୍ମକର୍ତ୍ତା ସୌମିତ୍ରୀ କର୍ଣ୍ଣ,କୃପାସିନ୍ଧୁ ମହାକୁର, ପ୍ରଦୀପ ପ୍ରଧାନ,ରଞ୍ଜିତ ସେଠୀ, ଶାନ୍ତନୁ କୁମାର କର୍ଣ୍ଣ,ଆଖୋଜ କୁମାର ଷାଣ୍ଢ ପ୍ରମୁଖ ସହଯୋଗ କରିଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.