ପଣିବନ୍ଧ ବୋମାମାଡ଼ ଘଟଣା; ଦୁଇ ଅଭିଯୁ୍କ୍ତ ଗିରଫ ।

0 254

ବେଲଗୁଣ୍ଠା,୩୧/୧୦(ପିପିଟି): ଗତକାଲି ଗାଙ୍ଗପୁର ଥାନା ଅନ୍ତର୍ଗତ ତଥା ଧରାକୋଟ ବ୍ଳକ୍ ପଣିବନ୍ଧ ଗ୍ରାମରେ ଘଟିଥିବା ବୋମାମାଡ଼ ଘଟଣାରେ ଦୁଇ ଅଭିଯୁ୍କ୍ତଙ୍କୁ ଗିରଫ କରିଛି ପୁଲିସ । ଆହତ ଟୁକୁନା ସ୍ଵାଇଁଙ୍କ ସ୍ତ୍ରୀ ସୁନିତା ସ୍ୱାଇଁଙ୍କ ଏତାଲା ପ୍ରକାରେ ପୁଲିସ ଗତକାଲି ଜଣଙ୍କୁ ଅଟକ ରଖିଥିବା ବେଳେ ଆଜି ପଣିବନ୍ଧ ଗ୍ରାମର ଭୋଳା ସ୍ୱାଇଁ ଏବଂ ସନାତନ ବେହେରାଙ୍କୁ ଗିରଫ କରିଛି ଗାଙ୍ଗପୁର ପୁଲିସ । ସୁନିତାଙ୍କ ଏତାଲା ପ୍ରକାରେ ବହୁଦିନ ହେବ ଏନ୍ଆରଜିଏସ୍ ଯୋଜନାର କିଛି ଟଙ୍କା ଭୋଳା ଟୁକୁନା ଠାରୁ ମାଗି ନେଇଥିଲା । କିନ୍ତୁ ଟୁକୁନା ଏହି ଟଙ୍କା ମାଗିବାରୁ ଭୋଳା ବାରମ୍ବାର ଫାଙ୍କିବା ସହ ପୂର୍ବରୁ ମଧ୍ୟ ବୋମାମାଡ଼ କିମ୍ବା ଗୁଳି କରି ଟୁକୁନାକୁ ହତ୍ୟା ଧମକ ମଧ୍ୟ ଦେଇଥିଲା । ଗତକାଲି ଭୋଳା ଏବଂ ସନାତନ ଟୁକୁନାକୁ ଘରୁ ଡାକିନେଇ ପଛପଟୁ ବୋମାମାଡ଼ କରିଥିବା ଅଭିଯୋଗ କରିଛନ୍ତି ସୁନିତା । ସୁନିତାଙ୍କ ଅଭିଯୋଗ ପ୍ରକାରେ ଗାଙ୍ଗପୁର ଥାନାରେ ୪୮୪/୨୧ ରେ ଏକ ମାମଲା ରୁଜୁକରି ତଦନ୍ତକାରୀ ଅଫିସର୍ ଏସ୍ଆଇ ସୁକାନ୍ତ ପ୍ରଧାନ ଘଟଣାର ତଦନ୍ତ କରିବା ସହ ଦୁଇ ଅଭିଯୁକ୍ତ ଭୋଳା ଏବଂ ସନାତନକୁ ଗିରଫ କରିଥିବା ସୂଚନା ମିଳିଛି । ଆସନ୍ତା କାଲି ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ୍ କୁମାର ଦାଶ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଗତକାଲି ସକାଳେ ଏନ୍ଆରଜିଏସ୍ ଏବଂ ପୂର୍ବ ବକେୟା ଟଙ୍କାକୁ କେନ୍ଦ୍ର କରି ପଣିବନ୍ଧ ଗ୍ରାମର ଟୁକୁନା ସ୍ଵାଇଁଙ୍କୁ ସେହି ଗ୍ରାମର ଭୋଳା ସ୍ୱାଇଁ ଏବଂ ସନାତନ ବେହେରା ତାଙ୍କୁ ପଛପଟୁ ବୋମାମାଡ଼ କରିଥିଲେ । ଟୁକୁନା ବର୍ତ୍ତମାନ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚକିତ୍ସିତ ହେଉଛନ୍ତି । ଗତକାଲି ଟୁକୁନାର ପରିବାର ଲୋକେ ମେଡ଼ିକାଲରେ ଟୁକୁନା ପାଖରେ ଥିବା ଯୋଗୁଁ ଆଜି ଥାନାରେ ଟୁକୁନାଙ୍କ ସ୍ତ୍ରୀ ସୁନିତା ମେଡ଼ିକାଲରୁ ଆସି ଏତାଲା ଦେଇଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.