ସୁବର୍ଣ୍ଣପୁର ହରଗୌରୀ ଯାତ୍ରାର ପ୍ରମୁଖ ଆକର୍ଷଣ ହର ନିମନ୍ତ୍ରଣ ଅନୁଷ୍ଠିତ ।

0 234

ଉଲୁଣ୍ଡା,୨୧/୧୦(ପିପିଟି): ସୁବର୍ଣ୍ଣପୁର ସହରର ପ୍ରସିଦ୍ଧ ହରଗୌରୀ ଯାତ୍ରା ପାଇଁ ଆଜି ହରଙ୍କୁ ନିମନ୍ତ୍ରଣ କରାଯାଇ ଗତ ଦିନକ ପୂର୍ବରୁ ପୂଜାମଣ୍ଡପରେ ବିଜେ କରିଥିବା ଗୌରୀଙ୍କ ପାର୍ଶ୍ବରେ ଉପବିଷ୍ଟ କରିବା ପରେ ଏବେ ହରଗୌରୀଙ୍କର ଯୁଗଳ ମୂର୍ତ୍ତି ଦର୍ଶନ କରି ଭକ୍ତ ବିଭୋର ହୋଇଛନ୍ତି। ଆଜି ସନ୍ଧ୍ୟାରେ ସହରର ବିଶିଷ୍ଟ ମୂର୍ତ୍ତିକାର ଗୋଲେଖ ନାଥ ସାହୁଙ୍କ ବାସଭବନରୁ ହରଙ୍କୁ ଆଜି ଏକ ବିବାହିତ ମହିଳା ଚନ୍ଦ୍ରାବତୀ ପାତ୍ର ମୁଣ୍ଡରେ ଧାରଣକରି ପଡାର ଅନେକ ମହିଳାଙ ଗହଣରେ ଏକ ପଟୁଆରରେ ପୂଜାମଣ୍ଡପ କୁ ବିଜେକରିଥିଲେ। ଆସିବାବେଳେ ରାସ୍ତାରେ ଅନେକ ଶ୍ରଦ୍ଧାଳୁ ନିଜନିଜର ଦ୍ୱାର ସାମ୍ନାରେ ଜାଗର ଜାଳି ଭଗବାନ ହର ଙ୍କ ଆରାଧନା କରି ଆଶିର୍ବାଦ ଭିକ୍ଷା କରିଥିଲେ। ଏସମୟରେ ବିଶ୍ୱର ଜନସମାଜର ମଙ୍ଗଳ ପାଇଁ ଏକ ଖଣ୍ଡାଦ୍ୱାରା ତେଲୁଗୁ ସ୍ତୋତ୍ର ଗାନ କରାଯାଇଥାଏ। ହରଙ୍କ ଅନ୍ୟ ଏକ ନାମ ହେଲା ଏରଭାଦୃଡୁ ସ୍ୱାମୀ ।ସେ ଆସିବା ବେଳେ ମାଁକାଳୀଙ୍କ ବେଶରେ ତାଙ୍କର ବାଟ ଓଗାଳି ନୃତ୍ୟ କରୁଥିବା ମଧ୍ୟ ଦେଖାଯାଇଥିଲା। ପରେ ସ୍ୱୟଂ ହର ପୂଜାମଣ୍ଡପରେ ଗୌରୀଙ୍କ ପାର୍ଶ୍ୱରେ ଉପବିଷ୍ଟ ହୋଇ ପୂଜାପାଇଥିଲେ। ପରବର୍ତ୍ତୀ ସାତ ଦିନ ପର୍ଯ୍ୟନ୍ତ କୋଭିଡ଼ କଟକଣା ଯୋଗୁଁ କେବଳ ନୀତିକାନ୍ତିରେ ହରଗୌରୀଙ୍କୁ ପାରମ୍ପରିକ ପୂଜାର୍ଚ୍ଚନା କରାଯିବ।

(ରିପୋର୍ଟ – ଶାନ୍ତୁନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.