ଉଲୁଣ୍ଡା,୨୧/୧୦(ପିପିଟି): ମହିଷାମର୍ଦିନୀ ମାଁ ଦୁର୍ଗା ଙ୍କର ପ୍ରତ୍ୟାଗମନ ପରେ ପରେ ମାଁ ଗଜଲକ୍ଷ୍ମୀଙ୍କ ଆଗମନ ହୋଇଥିବାରୁ ସହରଠୁ ଆରମ୍ଭ କରି ପୁରପଲ୍ଲୀ ପର୍ଯ୍ୟନ୍ତ ସବୁଠି ଭକ୍ତ ମାନଙ୍କ ମନରେ ଆନନ୍ଦ ଉଲ୍ଲାସ ପରିଲକ୍ଷିତ ହେବ ସହ ସାରା ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି ।ମାଁ ଲକ୍ଷ୍ମୀଙ୍କ ପୂଜା ମଣ୍ଡପ ମାନଙ୍କରେ ମାଁ ଙ୍କ ଶ୍ଲୋକରେ ସାରା ପରିବେଶରେ ଭାବ ଓ ଭକ୍ତି ମୟ ହୋଇ ଉଠିଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଲକ୍ଷ୍ମୀନଗର ଠାରେ ଗଜଲକ୍ଷ୍ମୀଙ୍କର ପୁଜା ଅନୁଷ୍ଠିତ ହୋଇଯାଇଛି । ପୁଜା କମିଟି ତରଫରୁ ଆୟୋଜିତ ହୋଇଥିବା ଏହି ପୂଜାର ପ୍ରାରମ୍ଭରେ କଲସ ସ୍ଥାପନା କରାଯାଇ ଅଧିବାସ ପୁଜା କରାଯଇଥିଲା ।ଏଥିରେ ପଣ୍ଡିତ ଆସୁତୋଷ ପୁରୋହିତ ପୁଜାର୍ଚନା କରିଥିବା ବାପୁନ ପୁରୋହିତ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । କୋଭିଡ କଟକଣା ଅନୁସାରେ ପୁଜାର୍ଚନା ଚାଲିଥିବା ବେଳେ ଭକ୍ତ ମାନେ ମାସ୍କ ପରିଧାନ କରି ମାଁଙ୍କୁ ଦର୍ଶନ କରୁଥିବା ଦେଖାଦେଇଛି । ସେହିପରି ବ୍ଲକର ସିଣ୍ଢୋଲ ଠାରେ ୨୦ତମ ବର୍ଷରେ ପହଞ୍ଚିଛି ଗଜଲକ୍ଷ୍ମୀ ପୂଜା । ପ୍ରମୋଦ ପଣ୍ଡା ପୁଜାର୍ଚ୍ଚନା କାର୍ଯ୍ୟ ତୁଲାଉଛନ୍ତି । ସେହିପରି ଖୁଂଟୁଲାପାଲିରେ ମଧ୍ୟ ମାଁ ଧନଦାତ୍ରୀ ଦେବୀ ଗଜଲକ୍ଷ୍ମୀଙ୍କର ପୂଜା ଅନୁଷ୍ଠିତ ହୋଇଛି । ଗ୍ରାମବାସୀଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଏହି ପୂଜରେ କଳସ ଯାତ୍ରା କରାଯାଇ ସ୍ଥାପନ କରାଯାଇଥିଲା । ବଦ୍ରୀନାରାୟଣ ଶତପଥି ପୂଜାର୍ଚ୍ଚନା କରିଥିବା ବେଳେ ମୃତୁଂଜୟ ପାତ୍ର ସପତ୍ନୀକ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ବିଶ୍ୱ ରଂଜନ ଦାସ, ସଂଜୀବ ମେଣ୍ଡଲୀ, ଚମରା ପଧାନ, ଲକ୍ଷ୍ମିକାନ୍ତ ଗଡୁଆ, ସମରେନ୍ଦ୍ର ମେଣ୍ଡଲୀ, ସଂଜୀବ ପାତ୍ର, ସତ୍ୟାନନ୍ଦ କଲତା, ତୁଷାର କାନ୍ତ ଦାସ, ହର କର୍ମୀ, ପ୍ରଫୁଲ୍ଲ ପାତ୍ର, ବାବୁ ଗଡୁଆ, ସଂଜୟ ମେଣ୍ଡଲୀ, ସଂଜୀବ ତ୍ରୀପାଠୀ, ରାଜେନ୍ଦ୍ର ମହାକୁର, ସନାତନ ମେଣ୍ଡଲୀ ପ୍ରମୁଖ ସହଯୋଗ କରିଥିଲେ ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)