ଶୋକସନ୍ତକ୍ତ ପରିବାରକୁ ଯୁବ ସମାଜସେବୀ ଜଗନ୍ନାଥ ବଢ଼େଇ ଆର୍ଥିକ ସହାୟତା ପ୍ରଦାନ କଲେ।

0 166

ପୋଲସରା, ୧୦/୧୦(ପିପିଟି):ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମର ଭାସି ବେହେରା ବୟସ ୭୦ବର୍ଷ ରୁ ଉର୍ଦ୍ଧ୍ବ ଓ ହାଡୁବନ୍ଧୁ ବିଶୋଇ ବୟସ ୬୦ ରୁ ଉର୍ଦ୍ଧ୍ବଙ୍କ ବିୟୋଗରେ ପୋଲସରା ଅଞ୍ଚଳର ଯୁବ ସମାଜସେବୀ ଜଗନ୍ନାଥ ବଢ଼େଇ ସେମାନଙ୍କ ପରିବାର ଙ୍କୁ ଭେଟି ସମବେଦନା ଜଣାଇବା ସହ କିଛି ଆର୍ଥିକ ସହାୟତା କରିଛନ୍ତି।ହାଡୁବନ୍ଧୁ ବିଶୋଇ ହେଉଛନ୍ତି ଜଣେ ମୃଦଙ୍ଗ କାରିଗର ସେ ନିଜର କଳା ମାଧ୍ୟମରେ ପୁରା ପୋଲସରା ଅଞ୍ଚଳ ସହିତ ଆସ୍କା,ବୁଗୁଡା,ଜଗନ୍ନାଥ ପ୍ରସାଦ,କୋଦଳା, ରୁ ଖଲ୍ଲିକୋଟ ପର୍ଯ୍ୟନ୍ତ ନିଜର କଳା ରେ ଲୋକଙ୍କୁ ବାନ୍ଧି ରଖିଥିଲେ କିନ୍ତୁ ତାଙ୍କର ଅକାଳ ବିୟୋଗରେ ଜଗନ୍ନାଥ ବଢ଼େଇ ଗଭୀର ଶୋକ ପ୍ରଦାନ କରିଛନ୍ତି।ଜଗନ୍ନାଥ ବଢ଼େଇ କୁହନ୍ତି ଯିଏ ପରିବାର ର ଅସମୟରେ ପାଖରେ ଛିଡ଼ାହୋଇ ଉକ୍ତ ପରିବାର କୁ ସମବେଦନା ଜଣାଏ ସେହିଁ ପ୍ରକୃତ ଲୋକ ଏମିତି କି ନିଜର କାମ ଥାଇବି ସେ କାର୍ଯ୍ୟ ସମୟରୁ କିଛି ସମୟ ବାହାର କରି ଲୋକଙ୍କ ପାଇଁ କାର୍ଯ୍ୟ କରନ୍ତି। ଲୋକଙ୍କ ସେବା ହିଁ ପ୍ରଥମ କର୍ତ୍ତବ୍ୟ ବୋଲି ସେ କୁହନ୍ତି। ଏହି ସମୟରେ ରାମକୃଷ୍ଣ ପଣ୍ଡା, ପୂର୍ବତନ ସମିତିସଭ୍ୟ ପ୍ରହଲ୍ଲାଦ ପ୍ରଧାନ,ଅଲେଖ ସାହୁ ,ବାବୁଲି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.