ସାନଖେମୁଣ୍ଡି ବ୍ଳକରେ ସଂଯୁକ୍ତ କିଶାନ୍ ମୋର୍ଚ୍ଚା ଓ ଏଆଇକେଏମଏସ ପକ୍ଷରୁ ବନ୍ଦ ପାଳନ ।

0 245

ସାନଖେମୁଣ୍ଡି,୨୭/୦୯(ପିପିଟି):ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଓ ଗଜପତି ଜିଲ୍ଲା ସୀମାରେ ଅବସ୍ଥିତ ସାନଖେମୁଣ୍ଡି ବ୍ଳକର ଟି. ଗୋବିନ୍ଦପୁର ଠାରେ ଅଖିଳ ଭାରତ କିଶାନ୍ ମଜଦୁର୍ ସଭା ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା । ତିନି କଳା କୃଷି ଆଇନର ପ୍ରତ୍ୟାହାର, ଜନବିରୋଧୀ ବିଦ୍ୟୁତ୍ ବିଲ-୨୦୨୦ର ପ୍ରତ୍ୟାହାର, ସବୁ ଫସଲର ଏମଏସପି ପାଇଁ ଆଇନ ପ୍ରଣୟନ, ଶ୍ରମିକ ବିରୋଧୀ ଚାରି ଶ୍ରମକୋଡର ଉଚ୍ଛେଦ ଏବଂ ପେଟ୍ରୋଲ ଡିଜେଲ ତଥା ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ ଆଦି ଦାବିରେ ଏହି ବନ୍ଦ ପାଳିତ ହୋଇଥିଲା । ଦିଲ୍ଲୀ ସୀମାନ୍ତରେ ଚାଷୀ ମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଦିର୍ଘ ୧୦ ମାସରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଛି ଏବଂ ଇତି ମଧ୍ୟରେ ଆଠ ଶହରୁ ଉର୍ଦ୍ଧ୍ବ ଚାଷୀ ଶହୀଦ ହୋଇଥିବା ବେଳେ ମୋଦି ସରକାର ସେମାନଙ୍କ ଦାବିକୁ ପ୍ରତ୍ୟାହାର ନକରିବା ଦୁଃଭାଗ୍ୟଜନକ ବୋଲି ବକ୍ତାମାନେ କହିଥିଲେ । ଏଆଇକେଏମଏସ ଏହି କାର୍ଯ୍ୟକ୍ରମରେ ପାଖଆଖ ଗାଁର ଶତାଧିକ ଲୋକ ଯୋଗଦେଇଥିଲେ । ବନ୍ଦ ଫଳରେ ସ୍ଥାନୀୟ ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତାର ଉଭୟ ପାଶ୍ୱର୍ରେ ଅନେକ ଯାନବାହନ ଅଟକି ରହିଥିଲା । ଏହି ଅବସରରେ ଏଆଇକେଏମଏସର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ଉପସ୍ଥିତ ଲୋକଙ୍କୁ ମୋଦି ସରକାରଙ୍କ ଜନବିରୋଧୀ ତଥା କର୍ପୋରେଟ୍ ସପକ୍ଷବାଦୀ ନୀତି ସମ୍ପର୍କରେ ସଚେତନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିମନ ମଣ୍ଡଳ, ସଞ୍ଜୟ ମଣ୍ଡଳ, ରାମ ଜାନୀ, ପେଣ୍ଡା ଗମାଙ୍ଗ, ମାଧବ ଜାନୀ, ରମାକାନ୍ତ ନାୟକ, ସରମା ନାୟକ ପ୍ରମୁଖ ସ୍ଥାନୀୟ ଏଆଇକେଏମଏସର ସ୍ଥାନୀୟ ନେତା ଯୋଗ ଦେଇଥିଲେ ।

Leave A Reply

Your email address will not be published.