ହିଞ୍ଜିଳିକାଟୁ,୨୦/୦୯(ପିପିଟି): ହିଞ୍ଜିଳି ପୌର ପରିଷଦ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ଓ ସ୍ୱଚ୍ଛତା ଦିଗରେ ଆଗ୍ରଣି ଥିବା ବେଳେ ହିଞ୍ଜିଳିବ୍ଳକ୍ ଅଧୀନ ସମସ୍ତ ପଞ୍ଚାୟତକୁ ମଧ୍ୟ ବାହ୍ୟ ମଳମୁକ୍ତ ଓ ପରିମଳରେ ଅଗ୍ରଣୀ କରେଇବା ପାଇଁ ଜିଲ୍ଲା ତରଫରୁ ଶହେ ଦିନିଆ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିବ୍ଳକ୍ କାର୍ଯ୍ୟାଳୟ ପରିସରରେ ଏକ ସ୍ୱଚ୍ଛତା ରଥର ପରିକ୍ରମଣ ଓ ପ୍ରଚାର ପାଇଁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଉକ୍ତ ଶହେ ଦିନ ମଧ୍ୟରେ ହିଞ୍ଜିଳିବ୍ଳକ ର ସମସ୍ତ ପଞ୍ଚାୟତ ବାହ୍ୟ ମଳମୁକ୍ତ ସହ ଘରୋଇ ଆବର୍ଜନା ର ସଠିକ ପରିଚାଳନା, ଡ୍ରେନେଜ ସହ ଘରୁ ନିର୍ଗତ ନିଷ୍କାସନ ଜଳର ପରିଚାଳନା ଓ ଅଞ୍ଚଳକୁ ସମ୍ପୂର୍ଣ୍ଣ ପରିମଳ କରିବା ଏହି ଶହେ ଦିନିଆ ମିଶନର ଲକ୍ଷ ରହିଛି । ଏହି ଶହେ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହିଞ୍ଜିଳି ବ୍ଳକ୍ କୁ ସ୍ୱଚ୍ଛତା ଓ ପରିମଳ ଦିଗରେ ଜିଲ୍ଲା ସ୍ତରରେ ପ୍ରଥମ ତଥା ଅଗ୍ରଣୀ ବ୍ଲକ କରାଯିବ ବୋଲି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି । ଅପରାହ୍ନରେ ହିଞ୍ଜିଳି ବ୍ଳକ୍ ସଭା ସମିତି କକ୍ଷରେ ଏହି ବିଷୟକୁ ନେଇ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ,ବ୍ଳକ୍ କନିଷ୍ଠ ଯନ୍ତ୍ରୀ, ଗ୍ରାମ୍ୟ ପରିମଳ ବିଭାଗୀୟ ଯନ୍ତ୍ରୀ ,ବ୍ଳକ୍ ର ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ସହ ସ୍ୱଚ୍ଛତା ବିଷୟକୁ ନେଇ ଗମ୍ଭୀରତା ସହ ଗ୍ରହଣ କରି, ପଞ୍ଚାୟତ ମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ହିଞ୍ଜିଳି ବ୍ଳକକୁ ରାଜ୍ୟରେ ଏକ ନମ୍ବର କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଆହ୍ଵାନ ଦେଇଛନ୍ତି । (ରିପୋର୍ଟ୍ – ସାନ୍ତନୁ କୁମାର ବେହେରା )