ବୋଲଗଡ଼,୨୦/୦୯(ପିପିଟି):ବେଗୁନିଆ ତହସିଲ ଅନ୍ତର୍ଗତ ବଡବେରଣା ସେବା ସମବାୟସମିତିରେ ଚାଷୀଧାନ ବିକ୍ରି ପାଇଁ ପଂଜିକରଣରୁ ଅଧା ଚାଷୀ ବାଦ୍ ପଡିବାରୁ ପ୍ରତିବାଦରେ ଚାଷୀ ମାନେ ରାସ୍ତା ରୋକ କରିବାର ଜଣାପଡିଛି। ଫଳରେ ଉଭୟ ପାର୍ଶ୍ବରେ ବହୁ ଜାନବାହାନ ଅଟକିରହିଛି। ସୁରକ୍ଷା ପାଇଁ ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀ ପ୍ରସାଦ ଶତପଥୀଙ୍କ ସହ ଏକ ସେକ୍ସନ ପୋଲିସ ଫୋର୍ସ ମୁତୟନ ହୋଇଥିଲା।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ।)