ଅଲଟ୍ରା ଭିନ୍ନକ୍ଷମ ବିଦ୍ୟାଳୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ।

0 263

ବୋଲଗଡ଼,୦୫/୦୯(ପିପିଟି):କରୋନା ମହାମାରୀ ସମୟରେ ଓଡ଼ିଶାରେ ରକ୍ତଭାବକୁ ଦୂର କରିବା ପାଇଁ ବେଗୁନିଆ, ବୋଲଗଡ ବିଧାୟକ ରାଜେନ୍ଦ୍ରକୁମାର ସାହୁ ଏବଂ ସାଗର ଗୁଆଁ ପଞ୍ଚାୟତ ର ସରପଞ୍ଚ ସୁଭାଷଚନ୍ଦ୍ର ରାୟଗୁରୁଙ୍କର ଆହ୍ୱାନ କ୍ରମେ ଓଡିଶା ମୋ ପରିବାର ଜୀବନବିନ୍ଦୁ କାର୍ଯ୍ୟକ୍ରମ ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତ ଅଲଟ୍ରା ଭିନ୍ନକ୍ଷମ ବିଦ୍ୟାଳୟ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ବିଧାୟକ ରାଜେନ୍ଦ୍ରକୁମାର ସାହୁ ଉଦଘାଟନ କରି ସ୍କୁଲ ପରିସରରେ ବୃକ୍ଷ ରୋପଣ କରିଥିଲେ ।ପଞ୍ଚାୟତ ତରଫରୁ ବିଧାୟକ ଏବଂ ଜନପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବୋଲଗଡ ବ୍ଲକର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ବିଧାୟକଙ୍କ ପାଣ୍ଠିରୁ ମିଶନ ଶକ୍ତି ମା ମାନଙ୍କ ଦ୍ୱାରା ମାସ୍କ ବଣ୍ଟନ କରାଯାଇଥିଲା।ପ୍ରଥମେ ପିପିଟି ନ୍ୟୁଜ୍ ର ପ୍ରତିନିଧି ସୁଶାନ୍ତକୁମାର ପ୍ରଧାନ ରକ୍ତଦାନ କରିଥିଲାବେଳେ ସର୍ବମୋଟ ସେଣ୍ଟ୍ରାଲ ବ୍ଲଡ଼ବ୍ୟାଙ୍କ କଟକ ଦ୍ୱାରା ୧୭୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ବିଧାୟକ ସମସ୍ତ ରକ୍ତଦାତା ଓ ଆୟୋଜକ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।ବେଗୁନିଆ,ବୋଲଗଡ ନିର୍ବାଚନ ମଣ୍ଡଳୀର ପ୍ରତେକ ଗ୍ରାମରେ ଥିବା ଘରଗୁଡିକ ବିଶୋଧନ କରାଯିବ ବୋଲି ବିଧାୟକ କହିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.